
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ନିକଟରେ ଦେଖିବାକୁ ମିଳିଛି ଛାତିଥରା ସଡ଼କ ଦୁର୍ଘଟଣା। ଯାହାର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ କେତେ ହୃଦୟ ବିଦାରକ ଥିଲା ସେ ସମୟର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏପରିକି ଗୋଟିଏ ଗାଈର ମଧ୍ୟ ମୃତ୍ୟୁ ହୋଇଛି।
ମୃତ ଯୁବକ ଜଣଙ୍କ କାମାକ୍ଷାନଗର ଥାନା ବାଙ୍କୁଆଳ ଗାଁର ବିକାଶ ସାହୁ। ବିକାଶ ନିଜ ସାଥିଙ୍କ ସହିତ କାମାକ୍ଷାନଗରରୁ ଢେଙ୍କାନାଳ ଆଡେ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ରାସ୍ତା ଉପରେ ଥିବା ୩ଟି ଗୋରୁ ସହିତ ଧକ୍କା ହୋଇଥିଲେ। ତେବେ ବାଇକର ଗତି ବହୁତ ଅଧିକ ଥିବାରୁ ଦୁର୍ଘଟଣାରେ ବିକାଶଙ୍କର ମୃତ୍ୟୁ ହୋଇଛି। ବିକାଶଙ୍କର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

