Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଛାଡ଼ପତ୍ରପ୍ରାପ୍ତ ନିର୍ଭରଶୀଳ ଝିଅଙ୍କୁ ମିଳିବ ପରିବାର ପେନସନ୍

Posted on January 24, 2026

ବିବାହ ଛାଡ଼ପତ୍ରପ୍ରାପ୍ତ ପାଇଥିବା ଝିଅଙ୍କୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭର କରୁଥିବା ଛାଡ଼ପତ୍ର ପାଇଥିବା ବିବାହିତ ଝିଅ ପରିବାର ପେନସନ ପାଇବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଛାଡ଼ପତ୍ର ମିଳିବାରେ ବିଳମ୍ୱ କାରଣରୁ ପେନସନଭୋଗୀ ଅଭିଭାବକଙ୍କ ମୃତ୍ୟୁ ପରେ ନିର୍ଭରଶୀଳ ଝିଅକୁ ପରିବାର ପେନସନରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଏଥିସହିତ ବାପା-ମାଙ୍କ ମୃତ୍ୟୁ ପରେ ନିର୍ଭରଶୀଳ ଝିଅକୁ ୮ ସପ୍ତାହ ଭିତରେ ପରିବାର ପେନସନ୍ ମଞ୍ଜୁର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ​​​​​​​ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ପକ୍ଷରୁ ଆବେଦନକାରୀଙ୍କ ପରିବାର ପେନସନ୍ ଦାବିପତ୍ର ଉପରେ ୨୦୨୧ ଅଗଷ୍ଟ ୧୭ରେ ଜାରି କରାଯାଇଥିବା ପ୍ରତ୍ୟାଖ୍ୟାନ ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ବକେୟା ପ୍ରାପ୍ୟ ସହିତ ପରିବାର ପେନସନ ପ୍ରଦାନ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ଟି ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ।​​​​​​​

ମାମଲାର ବିବରଣୀର ପ୍ରକାଶ ଯେ, ପ୍ରଥମ ମାମଲାରେ ଆବେଦନକାରୀଙ୍କ ବାପା କୃଷି ବିଭାଗରେ ଓଭରସିଅର ଭାବେ କାର୍ଯ୍ୟ କରି ୧୯୯୭ରେ ଅବସର ଗ୍ରହଣ କରିବା ପରେ ପେନସନ ପାଉଥିଲେ । ବାପାଙ୍କ ୨୦୧୧ ଡିସେମ୍ୱର ୩୧ରେ ପରଲୋକ ହେବା ପରେ ଆବେଦନକାରୀଙ୍କ ମା’ ପରିବାର ପେନସନ୍ ପାଇଥିଲେ । ଆବେଦନକାରୀଙ୍କ ମା’ ଙ୍କର ୨୦୧୯ ରେ ପରଲୋକ ହୋଇଥିଲା । ବିବାହ ପରେ ଆବେଦନକାରୀ ଶ୍ୱଶୁର ଘରେ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ୨୦୧୦ରୁ ଆବେଦନକାରୀ ବାପାଙ୍କ ଘରେ ରହି ଆସୁଥିଲେ । ବାପଘର ଉପରେ ସେ ଚଳିବା ପାଇଁ ନିର୍ଭର କରୁଥିଲେ । ୨୦୧୯ରେ ଆବେଦନକାରୀଙ୍କ ବିବାହ ବିଚ୍ଛେଦ ନିର୍ଦ୍ଦେଶ ଅଦାଲତ ପ୍ରଦାନ କରିଥିଲେ । ମାଙ୍କ ମୃତ୍ୟୁ ପରେ ସେ ପରିବାର ପେନସନ୍ ପାଇଁ ଦରଖାଲ୍ତ ଦାଖଲ କରିଥିଲେ । ତାଙ୍କ ଦରଖାସ୍ତକୁ କର୍ତ୍ତୃପକ୍ଷ ଗ୍ରହଣ କରିବାକୁ ମନା କରିଥିଲେ । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme