
ଶୁକ୍ରବାର ଅପରାହ୍ଣରେ ଚିଲିକାରେ ଏକ ବିରାଟକାୟ ଘୂର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପଜନିତ ବର୍ଷାରେ ଚିଲିକାରେ ପ୍ରବଳ ଲହଡ଼ି ମାରିବା ସହ ଚିଲିକା ଅଶାନ୍ତ ହୋଇପଡିଥିଲା। ଶୁକ୍ରବାର ଅପରାହ୍ଣରେ ପ୍ରବଳ ପବନ ସାଙ୍ଗକୁ ଚିଲିକା ଅଧିଷ୍ଠାତ୍ରୀ ମାଆ କାଳିଜାଇଙ୍କ ପୀଠର ଦକ୍ଷିଣ ପଶ୍ଚିମ ଦିଗରେ ଏକ ବିରାଟକାୟ ଘୁର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା।
ସ୍ଥାନୀୟ ମତ୍ସ୍ୟଜୀବୀ, ଯାତ୍ରୀବାହୀ ଡଙ୍ଗା ଚାଳକ ଓ ପର୍ଯ୍ୟଟକଙ୍କ କହିବା ମୁତାବକ, ଶୁକ୍ରବାର ଅପରାହ୍ଣ ପ୍ରାୟ ୫ଟାରେ ଚିଲିକାରେ ହଠାତ ଚିଲିକା ପାଣି ସାଙ୍ଗକୁ ଅନେକ ସାମଗ୍ରୀ ଘୂର୍ଣ୍ଣିବାତ୍ୟା ରୂପ ନେଇ ଚକ୍ରାକାର ଆକାରରେ ଆକାଶ ମାର୍ଗକୁ ଉଠିଥିଲା। ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହେବାସହ ଭୟଭୀତ ମଧ୍ୟ ହୋଇଥିଲେ। ମାତ୍ର ଉକ୍ତ ଘୂର୍ଣ୍ଣିବାତ୍ୟା କିଛି ସମୟ ମଧ୍ୟରେ ଚାଲିଯାଇଥିଲା।
