Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚିପ୍ସ ପ୍ୟାକେଟ୍ ଖେଳଣାରେ କୁନି ପିଲାର ଆଖି ନଷ୍ଟ

Posted on January 13, 2026

ମାରାତ୍ମକ ସାଜିଲା ଚିପ୍ସ । ଚିପ୍ସ ପ୍ୟାକେଟ୍ ଖେଳଣାରେ ବିସ୍ଫୋରଣ । କୁନି ପିଲାର ଆଖି ନଷ୍ଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ ଘଟିଛି ଏଭଳି ଅଘଟଣ । ଲବ ହରପାଳଙ୍କ ଆଠ ବର୍ଷର ପୁଅ ଗୋଟିଏ ଚିପସ ପ୍ୟାକେଟ କିଣି ଆଣିଥିଲା । ପ୍ୟାକେଟ ଭିତରୁ ଗୋଟିଏ ଖେଳଣା ବାହାରିଥିଲା । ଛୋଟ ଖେଳମାଟକୁ ଖେଳିବା ବେଳେ ଅଙ୍କେଶ ତାକୁ ନିଆଁରେ ପକାଇ ଦେଇଥିଲା । ନିଆଁରେ ପଡିବା ମାତ୍ରେ ସେଥିରୁ ଅଚାନକ ବିସ୍ଫୋରଣ ହୋଇଥିଲା ଓ ଅଙ୍କେଶର ମୁହଁ ପୋଡି ଯାଇଥିଲା ।

ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ତାର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ । ଘଟଣାକୁ ନେଇ ବାପା-ମାଆ ଟିଟିଲାଗଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ ପଦକ୍ଷେପ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme