
ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ପେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ ନେଇ ଭାଜପା ଜିଲା ସଭାପତି ମନମୋହନ ସମାଲ କହିଛନ୍ତି ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ସରକାର ପାଳନ କରୁଛନ୍ତ। ସେ ଏହା ମଧ୍ୟ କହିଛନ୍ତି, ଲକ୍ଷାଧିକ ଚିଟ୍ଫଣ୍ଡ ଜମାକାରୀ ଟଙ୍କା ପାଇ ସାରିଲେଣ।ଏବେ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି।
ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ। ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରିପାଇବେ ବୋଲି ମନମୋହନ କହିଛନ୍ତି।
