Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚାଲିଛି କୃଷ୍ଣସାର ମୃଗ ଗଣନା

Posted on January 29, 2026

ବିରଳ କୃଷ୍ଣସାର ମୃଗ ଗଣନା ଜାରି । ଗଞ୍ଜାମ ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳ ବିରଳ କୃଷ୍ଣସାର ମୃଗଙ୍କ ଗଣନା କରାଯାଉଛି  । ଏଠାରେ ଦଳ ଦଳ କୃଷ୍ଣସାର ମୃଗ ଦେଖାଯାନ୍ତି । ଯାହାକୁ ସ୍ଥାନୀୟ ଅଞ୍ଚଳର ଲୋକେ କଳା ବହୁତୀୟା ବା ବାଲି ହରିଣ କୁହନ୍ତି । ଏହି ଅଞ୍ଚଳରେ ଏମାନେ ଅବାଧରେ ବୁଲନ୍ତି ବିଶେଷ କରି ସ୍ଥାନୀୟ ଲୋକେ ବି ଏହି ବିରଳ କୃଷ୍ଣସାର ମୃଗଙ୍କ ସୁରକ୍ଷା ପ୍ରତି ଯତ୍ନବାନ ।

୨୦୧୧ ଏହି ଅଞ୍ଚଳର ବିରଳ କୃଷ୍ଣ ସାର ମୃଗ ଗଣନା କାର୍ୟ୍ୟ ଆରମ୍ଭ ହୋଇଥିଲା । ପୂର୍ବ ଦୁଇ ବର୍ଷକୁ ଥରେ ଏହାର ଗଣନା କରାଯାଉଥିବା ବେଳେ ଏବେ ବିଗତ ବର୍ଷ ଠାରୁ ବର୍ଷକୁ ବର୍ଷକ ଏହାର ଗଣନା କରାଯାଉଛି । ପ୍ରତି ବର୍ଷ ଏହି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢୁଛି । ସେହି କ୍ରମରେ ଆଜି ଏଠାରେ ମୃଗ ଗଣନା କାର୍ୟ୍ୟ ଚାଲିଛି । ଏଥିରେ ସାମିଲ ହୋଇଛନ୍ତି ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। କୃଷ୍ଣସାର ମୃଗ ଗଣନା ପାଇଁ ୨୮ ଦଳ ଗଠନ କରାଯାଇଛି ।  

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme