
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଚାନ୍ଦପୁର ଗାଁ ଶିବ ମନ୍ଦିରରୁ ଗତ ରାତିରେ ଲକ୍ଷାଧିକ ଟଙ୍କାର ମନ୍ଦିର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତ ମାନେ ମନ୍ଦିର କବାଟ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ପିତ୍ତଳ ସାମଗ୍ରୀ, ମାଆଙ୍କ ମୁକୁଟ, ରୂପା ସାମଗ୍ରୀ ଆଦି ଲୁଟ କରିଛନ୍ତି। ଏଥିସହିତ ମନ୍ଦିର ନିକଟରେ ଥିବା ପାଣି ପମ୍ପ ହାଉସ ଘରର ତାଲା ମଧ୍ୟ ଭାଙ୍ଗି ଦେଇଛନ୍ତି। ତେବେ ସେଠାରୁ କିଛି ଚୋରି ହୋଇନଥିବା ଜଣାପଡିଛି। ମାତ୍ର ଅଞ୍ଚଳରେ ବାରମ୍ବାର ଚୋରିକୁ ନେଇ ଏବେ ଆତଙ୍କିତ ଅଛନ୍ତି ଅଞ୍ଚଳବାସୀ। ତୁରନ୍ତ ଘଟଣାର ତଦନ୍ତ କରାଯାଇ ଆକ୍ସନ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
