Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚାଉଳ ଉପର ଡବଲ ଶୁଳ୍କ

Posted on December 9, 2025

ବୁଝୁନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ । ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଦିବା ପରେ ବି ଆହୁରି ଲଗାଇବାକୁ କରୁଛନ୍ତି ଯୋଜନା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚିତ କରିଛନ୍ତି ଯେ, ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡା ସାର ସମେତ ବିଦେଶୀ କୃଷି ଉତ୍ପାଦ ଉପରେ ନୂତନ ଶୁଳ୍କ ଲାଗୁ କରିବା ବିଷୟରେ ବିଚାର କରୁଛି । ଭାରତରୁ ଆସୁଥିବା ଚାଉଳ ଉପର ଶୁଳ୍କ ଡବଲ କରିବାକୁ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରିପୋର୍ଟ ଅନୁସାରେ ଏବେ ଭାରତରୁ ଆସୁଥିବା ଚାଉଳ ଉପରେ ଆମେରିକା ଟାରିଫ୍ ବଢାଇପାରେ । ଏହା ସହିତ କାନାଡାରୁ ଆସୁଥିବା ସାର ଉପରେ ମଧ୍ୟ ଶୁଳ୍କ ବଢାଇବା ଦିଗରେ ବିଚାର କରୁଛି । ଚାଷୀମାନେ ବଜାରରେ ଶସ୍ତା ବିଦେଶୀ ଚାଉଳ ଉପରେ ଟ୍ରମ୍ପଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ହ୍ୱାଇଟ୍ ହାଉସରେ ଅନୁଷ୍ଠିତ ଏକ ବୈଠକରେ ଟ୍ରମ୍ପ୍ ଏହି ବିବୃତ୍ତି ଦେଇଛନ୍ତି । ବୈଠକରେ ଚାଷୀମାନେ ଆମେରିକା ବଜାରରେ ଶସ୍ତା ବିଦେଶୀ ଉତ୍ପାଦର ପ୍ରଭାବ ବିଷୟରେ ଅଭିଯୋଗ କରିଥିଲେ। ଆମେରିକୀୟ ଚାଷୀଙ୍କ ପାଇଁ ଘୋଷଣା କରାଯାଇଥିବା ୧୨ ବିଲିୟନ ଡଲାରର ରିଲିଫ୍ ପ୍ୟାକେଜ୍ ସମୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପସ୍ଥିତ ଚାଷୀମାନେ ଅଭିଯୋଗ କରିଥିଲେ ଯେ, କିଛି ଦେଶ ଆମେରିକା ବଜାରରେ କମ୍ ମୂଲ୍ୟରେ ଚାଉଳ ବିକ୍ରି କରୁଛନ୍ତି, ଯାହା ଫଳରେ ଘରୋଇ ଚାଷୀମାନଙ୍କୁ ବହୁତ କ୍ଷତି ହେଉଛି। ଟ୍ରମ୍ପ୍ ଉତ୍ତର ଦେଇଥିଲେ, “ସେମାନେ ଠକୁଛନ୍ତି। ” ସେ ସୂଚିତ କରିଥିଲେ ଯେ ଏହି ଅଭିଯୋଗଗୁଡ଼ିକର ତଦନ୍ତ କରାଯିବ ଏବଂ ଆବଶ୍ୟକ ହେଲେ ଶୁଳ୍କ ଲାଗୁ କରାଯିବ ।

ଲୁଇସିଆନାର କେନେଡି ରାଇସ୍ ମିଲ୍ସର ସିଇଓ ଦାବି କରିଛନ୍ତି ଯେ, ଭାରତ, ଥାଇଲ୍ୟାଣ୍ଡ ଏବଂ ଚୀନ୍ ଏହି କଥିତ ଡମ୍ପିଂ ପାଇଁ ମୁଖ୍ୟ ଦେଶ । ସେ କହିଛନ୍ତି ଯେ ଚୀନ୍, ବିଶେଷକରି, ପୁଏର୍ଟୋ ରିକୋକୁ ବହୁ ପରିମାଣରେ ଚାଉଳ ପଠାଉଛି, ଯେଉଁଠାରେ ଆମେରିକୀୟ ଚାଉଳର ଯୋଗାଣ ବର୍ତ୍ତମାନ ପ୍ରାୟତଃ ବନ୍ଦ ହୋଇଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme