Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର

Posted on October 11, 2025

ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର । ଏହାଠାରୁ ଅଧିକ ଧାନ ମଣ୍ଡିକୁ ଧାନ ଆସିଲେ ବି ପଞ୍ଜିକୃତ ଚାଷୀଙ୍କଠାରୁ କିଣାଯିବ । ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ ଧାନ ସଂଗ୍ରହ ହେବ । ଖରିଫରେ ୭୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ମେ’ରୁ ରବି ଧାନ ସଂଗ୍ରହ ଆରମ୍ଭ ହେବ । ରବି ଋତୁରେ ୨୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଧାନ ସଂଗ୍ରହ ପାଇଁ ନୀତି ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏକ କ୍ୟାବିନେଟ ଉପକମିଟି/ଆନ୍ତଃ ମନ୍ତ୍ରିସ୍ତରୀୟ କମଟି ସଂଗ୍ରହଣ ନୀତିର କାର୍ଯ୍ୟାନ୍ବୟନ କରିବେ । ଆବଶ୍ୟକ ପଡ଼ିଲେ ସାମଗ୍ରିକ ଧାର୍ଯ୍ୟ ଲକ୍ଷ୍ୟ ସଂଶୋଧନ ହେବ । ସେହିପରି ସରକାରଙ୍କୁ ଧାନ ବିକ୍ରି ପାଇଁ ଚାଷୀଙ୍କ ଏକମାତ୍ର ପରିଚୟପତ୍ର ହେବ ଆଧାର । ପଞ୍ଜିକୃତ ଚାଷୀଙ୍କୁ ଆଗୁଆ ଧାନ ସଂଗ୍ରହ, ଧାନର ପରିମାଣ ନେଇ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯିବ । ସାଧାରଣ ଧାନ କୁଇଣ୍ଚାଲ ପିଛା ଏମଏସପି ୨,୩୬୯ ଟଙ୍କା ଓ ଗ୍ରେଡ-A ଧାନ ପାଇଁ କୁଇଣ୍ଟାଲ ପିଛା ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି । ଯଦି କୌଣସି ମିଲରଙ୍କ ବକେୟା ଦେୟ ଥାଏ ତେବେ ତାଙ୍କୁ ଆଗାମୀ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯିବନାହିଁ ବୋଲି ନିଷ୍ପତ୍ତି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme