
ପ୍ରକାଶ ପାଇଲା OPSC ରେଜଲ୍ଟ ଯେଉଁଥିରେ ତାଳଚେର କଙ୍କିଳି ଗ୍ରାମର ଶଶାଙ୍କ ଶେଖର ସାମଲ ୧୫୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । କଙ୍କିଳି ଗ୍ରାମର ସୁଧାକର ସାମଲ ଓ ପ୍ରଗତି ସାମଲଙ୍କ ବଡ଼ ପୁଅ ଶଶାଙ୍କ ଶେଖର ସାମଲ ଚତୁର୍ଥ ଥରରେ ଏହି ସଫଳତା ହାସଲ କରିଛନ୍ତି । ସେ ଦିନକୁ ସାତରୁ ଆଠ ଘଣ୍ଟା ପରିଶ୍ରମ କରି ଏହି କୃତକାର୍ଯ୍ୟ ହାସଲ କରିଥିବା ବେଳେ ସଫଳତାର ଶ୍ରେୟ ଭଗବାନଙ୍କ ସହ ନିଜ ପରିବାରକୁ ଦେଇଛନ୍ତି । ଆଗାମୀ ଦିନରେ ଓଡିଶା ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ଆଣିବା ସହ ତୃଣମୂଳସ୍ତରରେ ଜନସାଧାରଙ୍କ ସେବା କରିବାକୁ ମନ ବଳାଇଛନ୍ତି ଶଶାଙ୍କ । ପୂର୍ବରୁ ସେ ଏକ ଘୋରାଇ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ ଲୋକଙ୍କ ସେବା ପାଇଁ ପ୍ରଶାସନିକ ସେବା OPSC ପାଇଁ ପ୍ରସ୍ତୁତ ଜାରି ରଖି ଆଜି ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ସେ ନିଜେ ବେଶ ଖୁସିଥିବା ବେଳେ ଏବେ ଚାରିଆଡୁ ଶଶାଙ୍କଙ୍କୁ ମିଳୁଛି ଶୁଭେଚ୍ଛାର ସୁଅ ।

