
କୋଡିଏ ଫୁଟ ତଳକୁ ଖସିଲା କୋଇଲା ବୋଝେଇ ଟ୍ରକ । ଭାରସାମ୍ୟ ହରାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ଘଟିଛି ଦୁର୍ଘଟଣା । ରେଢ଼ାଖୋଲରୁ ରାୟଗଡା ଅଭିମୁଖେ କୋଇଲା ବୋଝେଇ ଟ୍ରକଟି ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ, ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
