Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଘର ମାଲିକଙ୍କୁ ୧୫ ଚୋଟ ମାରିଲା ଭଡ଼ାଟିଆ

Posted on October 17, 2025

ଜଗତସିଂହପୁର : ଜଗତସିଂହପୁରରେ ଚାଞ୍ଚଲ୍ୟ। ଘର ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଚୋଟ ପରେ ଚୋଟ ମାରି ଗୁରୁତର କରି ପକାଇଛି। ଘର ମାଲିକଙ୍କ ଶରୀରରେ ୧୫ରୁ ଅଧିକ ଚୋଟ ବାଜିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇ ପଡିଛି। ଗୁରୁତର ଅବସ୍ଥାରେ ଘର ମାଲିକଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଜଗତସିଂହପୁରରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି | ଆହତ ଘର ମାଲିକ ହେଲେ ଆରଟିଓ ଛକ ନିକଟରେ ରହୁଥିବା ରମାକୃଷ୍ଣ ମହାନ୍ତି | ତାଙ୍କ ପତ୍ନୀ ଓ ଝିଅ ବେକରୁ ସୁନାଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାମକୃଷ୍ଣଙ୍କର ଜଣେ ସମ୍ପର୍କୀୟଙ୍କ କହିବା ଅନୁସାରେ ଆକ୍ରମଣକାରୀ ଭଡାଟିଆ ପ୍ରାୟ ଦେଢ ବର୍ଷ ହେଲା ସେଠାରେ ଭଡାରେ ରହୁଛି। ସେ ପାରାଦୀପ ଅଞ୍ଚଳରେ ଚାକିରି କରେ। ଆଜି ରାତି ପ୍ରାୟ ୧୧ଟାରୁ ୧୧ଟା ୧୫ ଭିତରେ ଭଡାଟିଆ ରାମକୃଷ୍ଣଙ୍କ ଘରେ ପଶି ପ୍ରଥମେ ତାଙ୍କ ବେକରୁ ସୁନାଚେନ୍ ଭିଡି ନେଇଥିଲା। ରାମକୃଷ୍ଣ ପ୍ରତିବାଦ କରିବାରୁ ଭଡାଟିଆ ହାତରେ ଧରିଥିବା ଭୁଜାଲି ଭଳି ମାରଣାସ୍ତ୍ର ବାହାର କରିଥିଲା। ରାମକୃଷ୍ଣଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲା। ମୁଣ୍ଡ, ମୁହଁ, ହାତ, ଛାତି, ପେଟ ସମେତ ଶରୀରରେ ପ୍ରାୟ ୧୫ରୁ ଅଧିକ ଚୋଟ ବାଜିଥିଲା। ଯାହାଫଳରେ ରକ୍ତ ଜୁଡୁବୁଡୁ ହୋଇ ସେ ତଳେ ପଡି ଯାଇଥିଲେ। ଏହା ପରେ ଆକ୍ରମଣକାରୀ ଭଡାଟିଆ ରାମକୃଷ୍ଣଙ୍କ ଝିଅ ବେକରୁ ସୁନାଚେନ୍ ଲୁଟି ଫେରାର ହୋଇ ଯାଇଥିଲା। ପରିବାର ଲୋକ ପାଟି କରିବାରୁ ଚିତ୍କାର ଶୁଣି ପଡୋଶୀ ପହଞ୍ଚିଥିଲେ। ପଡୋଶୀ, ସମ୍ପର୍କୀୟ ମାନେ ତୁରନ୍ତ ଜଗତସିଂହପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆଣିବା ସହ ପୁଲିସକୁ ଖବର ଦେଇଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ରାତି ପ୍ରାୟ ୧୨ଟାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଫେରାର ଆକ୍ରମଣକାରୀ ଭଡାଟିଆକୁ ଖୋଜୁଛି। ଆକ୍ରମଣର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ଯ ଲୁଟ୍ ପାଇଁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme