Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଘର ଭିତରେ ଶୋଇଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା

Posted on October 25, 2025

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବାଲାଟୁନ୍ ନିକଟରେ ହାତୀ ଉପଦ୍ରବ। ଘରେ ଶୋଇଥିବା ବେଳେ ଯୁବକଙ୍କୁ ଟାଣି ନେଇ ଜମିରେ ଦଳିଦେଲା ଦନ୍ତା। ମୃତ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଦୟାନିଧି ନାୟକଙ୍କ ପୁଅ ବିକ୍ରମ ନାୟକ।

ସୂଚନାନୁଯାୟୀ, ବିକ୍ରମ ଘର ଭିତରେ ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆକ୍ରମଣ କରିବା ସହ ତାଙ୍କୁ ଘରୁ ଟାଣି ନେଇଥିଲା। ପରେ ତାକୁ ଦଳି ଦେବା ସହ ଶୁଣ୍ଢରେ କଚାଡି ନିକଟସ୍ଥ ଏକ ଜମିକୁ ଫିଙ୍ଗି ଦେଇଥିଲା। ବିକ୍ରମଙ୍କ ମୃତଦେହ ଏକ ବିଲରେ ପଡିଥିବା ବେଳେ ସକାଳେ ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳରେ କିଛିଦିନ ହେଲା ହାତୀ ଆତଙ୍କ ଲାଗିରହିଛି। ହାତୀମାନେ ଗାଁରେ ପଶି ଫସଲ ନଷ୍ଟ କରିବା ସହିତ ଘରଦ୍ବାର ଭାଙ୍ଗୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme