
ନରସିଂହପୁର ବନଖଣ୍ଡ ଅନନ୍ତ ପ୍ରସାଦ ଗାଁରେ ବାଘ ମଣିଷ ଲଢ଼େଇ। ଘର ଭିତରେ ପଶି ଯୁବକଙ୍କୁ ଆକ୍ରମଣ କରିଥିଲା ବାଘ। ଆକ୍ରମଣ ବେଳେ ବାଘ ସହ ଯୁବକଙ୍କ ଜୋରଦାର ଲଢ଼େଇ ବେଳେ ବାଘ ମୃତ୍ୟୁ ହୋଇଛି । ଏଥିରେ ଯୁବକ ଜଣକ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି। ଗୁରୁତର ଯୁବକ ଜଣକ ଶୁଭ୍ରାଂଶୁ ଭୋଳ ବୋଲି ଜଣାପଡିଛି। ସେପଟେ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବନ ବିଭାଗ।
