
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବାଙ୍ଗୁରା ଗାଁ ଛକ ନିକଟରେ ଥିବା ଦୁଇଟି ଘର ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତ୍ତି। ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ବାଙ୍ଗୁରା ଗାଁର କାହ୍ନୁ ପ୍ରଧାନ ଓ ମୁଖେଇ ପ୍ରଧାନ। ଉଭୟେ ଘରେ ବସିଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ପ୍ରଥମେ ଘର ପାଖ ମହୁଲ ଗଛ ଉପରେ ଫିଲ୍ମ ଷ୍ଟାଇଲରେ ଉଡି ଘର ଉପରେ ପଡିଥିଲା। ତେବେ ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଛି । ସେପଟେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଥିବା ସୂଚନାରହିଛି ।

