
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଚାଞ୍ଚଲ୍ୟ ଖେଳିଯାଇଛି । ଘରେ ପଶି ୩ ଜଣଙ୍କୁ ଅତର୍କିତ ଆକ୍ରମଣ କରିଛି ଜଣେ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ମା’ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ । ବି.ତୁରୁବୁଡ଼ି କାଣ୍ଡସ୍ୱର ଗାଁରେ ଅଘଟଣ ଘଟିଛି । ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଯୁବକ ପଡ଼ୋଶୀ ଗାଁର ।ଘଟଣାସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ପୂର୍ବ ଶତ୍ରୁତା ଥିବା କୁହାଯାଉଛି ।
