Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଘରେ ପଶି ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Posted on October 25, 2025

ମା’ ବାଲିହରିଚଣ୍ଡୀ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ଚନ୍ଦନପୁର ଥାନା ଅଞ୍ଚଳରୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା । ପରିବାର ଲୋକେ କାଳୀପୂଜା ଭସାଣି ଦେଖିବାକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁଇ ଯୁବକ । ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ନାବାଳିକାଙ୍କ ସମ୍ପର୍କୀୟ ଭାଇ ଓ ଦାଦାଙ୍କୁ ଅଟକ ରଖିଛି ।

ଥାନାଧିକାରୀଙ୍କ କହିବାନୁଯାୟୀ, ଉକ୍ତ ଥାନା ଅଞ୍ଚଳରେ ଗତ ୨୨ ତାରିଖ ରାତିରେ ମା’ଦକ୍ଷିଣକାଳୀଙ୍କ ଭସାଣି ଉତ୍ସବ ଥିଲା । ପୀଡ଼ିତାଙ୍କ ପରିବାର ଭସାଣି ଦେଖିବାକୁ ଯାଇଥିଲେ । ଘରେ ପୀଡ଼ିତା ଓ ସାନ ଭଉଣୀ ଶୋଇଥିଲେ । ଏହାର ସୁଯୋଗ ନେଇ ଦୁଇ ଜଣ ଯୁବକ ଘରେ ପଶିଥିଲେ । ଭିତରପଟୁ ତାଲା ପକାଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ପୀଡ଼ିତା ପରିବାରକୁ ଶୁକ୍ରବାର ଅବଗତ କରିବା ପରେ ଅପରାହ୍ଣରେ ପରିବାର ପୀଡ଼ିତାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ଓ ଦାଦାକୁ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୩ରେ ବାଲିହରଚଣ୍ଡୀ ନିକଟରେ ପ୍ରେମିକକୁ ଗଛରେ ବାନ୍ଧି  ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ମାମଲାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବାବେଳେ ଏବେ ବି ତଦନ୍ତ ଜାରି ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme