Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗ୍ଲୋବାଲ କୋଲ ୱାସରୀ ବିବାଦର ଅନ୍ତ…

Posted on January 5, 2026

ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତର ଅଞ୍ଚଳରେ ରହିଥିବା ଗ୍ଲୋବାଲ କୋଲ ୱାସରୀକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖା ଦେଇଥିଲା। ଯାହାକୁ ନେଇ ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀ ପ୍ରଶାସନର ଦ୍ବାରସ୍ଥ ହେବା ସହିତ ସମସ୍ୟାର ସମାଧାନ ନହେଲେ ୱାସରୀ ଆଗରେ ଧାରଣା ଦେବାକୁ ଚେତାବନି ଦେଇଥିଲେ। ଯାହାକୁ ନେଇ ଉପଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ତ୍ରିପାଖିକ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିଥିବା ଜଣା ପଡ଼ିଛି। ଏଥିରେ ଗ୍ଲୋବାଲ କୋଲ ୱାସରୀ ଏହି ଜାନୁଆରୀ ମାସ ଠାରୁ ଗ୍ରାମରେ ରହିଥିବା ସମସ୍ତ କୋଇଲା ଟ୍ରକ ଗୁଡ଼ିକରେ‌ ରୋଡ଼ ସେଲ ମାଧ୍ୟମରେ ଟ୍ରକରେ କୋଇଲା ପରିବହନ କରିବାକୁ ରାଜି ହୋଇଥିବା ଜଣା ପଡ଼ିଛି। ଯାହାକୁ ନେଇ ଘଣ୍ଟପଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଯଦି ଆଗାଦିନରେ ଗ୍ରାମବାସିଙ୍କର ଟ୍ରକ ଗୁଡ଼ିକ ରୋଡ଼ ସେଲ ମାଧ୍ୟମରେ ଗ୍ଲୋବାଲ କୋଲ ୱାସରୀ କୋଇଲା ପରିବହନ ପାଇଁ ଅନୁମତି ନଦିଏ ତେବେ ପୁଣି ‌ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ଚେତାବନି ଦେଇଛନ୍ତି ଗ୍ରାମବାସୀ। ଏହି ତ୍ରିପାଖିକ ଆଲୋଚନାରେ ତାଳଚେର ଉପଜିଲ୍ଲାପାଙ୍କ ସମେତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏସ୍‌ଡିପିଓ ଭରତ ଚନ୍ଦ୍ର ସାହୁ, ଗ୍ଲୋବାଲ କୋଲ ୱାସରୀର କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme