Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗ୍ରୀନ୍ ମଟର, ଦେବ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି

Posted on October 25, 2025

ଶୀତଋତୁରେ ବଜାରରେ ବିଭିନ୍ନ ପ୍ରକାରର ତାଜା ସବୁଜ ପନିପରିବା ମିଳିଥାଏ । ସେହି ସବୁ ମଧ୍ୟରୁ ଗ୍ରୀନ୍ ମଟର ଅନ୍ୟତମ । ପ୍ରାୟତଃ ସମସ୍ତଙ୍କୁ ଗ୍ରୀନ୍ ମଟର ଭଲ ଲାଗିଥାଏ । ମୁଖ୍ୟତଃ ଏହି ପରିବାରର ଚାହିଦା ଶୀତଦିନେ ବେଶି ଦେଖିବାକୁ ମିଳିଥାଏ । ଏହି ମଟରରେ ବହୁ ପ୍ରକାରର ସ୍ବାସ୍ଥ୍ୟ ଉପକାରୀ ପୋଷକ ରହିଛି ।

ଶୀତ ଋତୁରେ ତାଜା ମଟର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ମଟରରେ ପର୍ଯ୍ୟାପ୍ତ ପରିମାଣର ଆଇରନ୍, ଜିଙ୍କ୍, ମାଙ୍ଗାନିଜ୍ ଏବଂ କପର ଭରପୁର ମାତ୍ରାରେ ରହିଥାଏ । ଏହା ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏଥିରେ ଥିବା ଫାଇବର ପାଚନ ଶକ୍ତିକୁ ଉନ୍ନତ କରେ ।

ଓଜନ କମ୍ କରିବା ପାଇଁ ମଟର ଖାଇବା ଫାଇଦାପୂର୍ଣ୍ଣ ଅଟେ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ । ଏହା ସହିତ ଏଥିରେ କ୍ୟାଲୋରୀ ଏବଂ କମ୍ ଫ୍ୟାଟ୍ ରହିଥାଏ । ଯାହା ଶରୀରର ଓଜନକୁ କମ୍ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଏହାକୁ ନିଜର ଖାଦ୍ୟରେ ଗ୍ରହଣ କରୁଛନ୍ତି ତେବେ ଆପଣଙ୍କୁ ଏଥିରେ ଥିବା ଫାଇବର ଦିନ ଯାକ ଏନର୍ଜି ଦେବ ।

ମଟରରେ ଭିଟାମିନ୍ ଭରପୁର ମାତ୍ରାରେ ରହିଛି । ଯାହା ଆପଣଙ୍କ ଶରୀରର ହାଡକୁ ମଜବୁତ୍ କରିବାରେ ସହାୟକ ହୋଇଥାଏ । ମଟର ଆପଣଙ୍କ ହାଡକୁ ଓଷ୍ଟେଓପୋରୋସିସ୍ ପରି ଭୟଙ୍କର ରୋଗରୁ ଦୂରେଇ ରଖିଥାଏ । ସବୁଜ ମଟର ଖାଇବା ହାଡକୁ ସୁରକ୍ଷା ପାଇଁ ନିହାତୀ ଜରୁରୀ ।

ସବୁଜ ମଟର ସେବନ ଆପଣଙ୍କ ଶରୀରର କୋଲଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ ରଖିଥାଏ । ଏଥିରୁ ମିଳୁଥିବା ପ୍ରୋଟିନ୍ ଆମ ଶରୀରର କୋଲଷ୍ଟ୍ରୋଲକୁ ବଢାଇବାରେ ସାହାର‌୍ୟ୍ୟ କରିଥାଏ । ଏହାର ସେବନ ଦ୍ବାରା ବହୁ ଗମ୍ଭୀର ରୋଗରୁ ମୁକ୍ତି ଦେଇଥାଏ ।

ମଟରରେ ଏମିତି ଗୁଣ ରହିଥାଏ ଯାହା ହାର୍ଟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ । ଏଥିରେ ଲୌହ, ଜିଙ୍କ୍, କପର ମାତ୍ରା ବହୁ ପରିମାଣରେ ରହିଥାଏ । ଏହାଛଡା ସବୁଜ ମଟରରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମଧ୍ୟ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଥାଏ ଏବଂ ଶରୀରକୁ ବିଭିନ୍ନ ରୋଗରୁ ଲଢିବା ପାଇଁ ଶକ୍ତି ଦେଇଥାଏ ।

ଏଥିରେ ସେଲେନିୟମ ନାମକ ବିଶେଷ ଉପାଦାନ ରହିଛି । ଯାହା ଗଣ୍ଠି ଯନ୍ତ୍ରଣାର ଆଶଙ୍କାକୁ କମ୍ କରିଥାଏ । ଯଦି ଏଭଳି ସମସ୍ୟା ଦେଖୁଛନ୍ତି ତେବେ ଆପଣଙ୍କ ଖାଇବା ଲିଷ୍ଟରେ ଗ୍ରୀନ୍ ମଟରକୁ ସାମିଲ କରନ୍ତୁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme