୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ଜବତ

ରାଉରକେଲା : ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋଲବଜାର ନିକଟରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ସ୍ପେଶାଲ ସ୍କ୍ୱାର୍ଡ ଆଜି ଗୋଲବଜାର ଅଞ୍ଚଳରେ ଦୁଇଟି ବ୍ୟବସାୟୀଙ୍କ ଘରେ ଓ ଗୋଦାମ ଘରେ ଅତର୍କିତ ଚଡ଼ାଉ କରି ୪୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଥିବା ଜଣାପଡିଛି।
ସୂଚନା ମୁତାବକ, ସୁନ୍ଦରଗଡ଼ ସ୍ପେଶାଲ୍ ସ୍କ୍ୱାର୍ଡ ଗୋଲବଜାର ଅଞ୍ଚଳରେ ପହଞ୍ଚି ବୀରମିତ୍ରପୁର ଥାନା ପୁଲିସ ଗୋଲ ବଜାର ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ରାଧିକା କାନଫେକସନାରି ଓ ପବ୍ଲିକ ଡିମାଣ୍ଡ ଦୋକାନ ଓ ଘରେ ଛଡାଉ କରିଥିଲେ। ରାଧିକା ମାଲିକ ନିଜ ଘରେ ବାଣ ରଖିଥିବା ପୁଲିସ ପାଇଥିବା ବେଳେ ପବ୍ଲିକ ଡିମାଣ୍ଡ ତାଙ୍କ ଦୋକାନ ପଛପଟ ଗୋଦାମ ରେ ବାଣ ପାଇଥିଲେ। ଉଭୟ ସ୍ଥାନରେ ଚଢ଼ଉ ଜାରି ଥିବା ବେଳେ ପାଖାପାଖି ଚାଳିଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।


