Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ

Posted on January 17, 2026

ଭଦ୍ରକ ପୁରୁଣା ବଜାରରେ ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ । ଗଣି ଗଣି ଥକିଗଲା ମେସିନ । ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ପୁରୁଣା ବଜାର ଥାନା ମୁଲ୍ଲା ସାହିରେ ଜଣେ ଗୋରୁ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ଟିମ ଭଦ୍ରକ ପୋଲିସ ସହାୟତାରେ ଚଢ଼ାଉ ଜାରି ।

ବେଆଇନ ଭାବେ ଗୋ ଚାଲାଣ କରି ଅର୍ଥ ରଖିଥିବା ନେଇ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ରେଡ ବେଳେ ପୁଳାପୁଳା ସୁନାଗହଣା ମଧ୍ୟ ଜବତ କରାଯାଇଛି । କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗାଙ୍ଗଇଙ୍କ ନେତୃତ୍ୱରେ ଆଜି ସକାଳୁ ମୁଲ୍ଲାସାହି ରେ ଥିବା ସେକ ରାଜନଙ୍କ ଘରେ ଚଢ଼ାଉ ଚାଲିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏପଟେ କେନ୍ଦୁଝର, ଯାଜପୁର ଓ ମୟୂରଭଂଜରେ ବି ବଡ଼ ଧରଣର ରେଡ୍ । ପୋଲିସର ପକ୍ଷରୁ ଗୋରୁ ମାଫିଆଙ୍କ ୪୬ ଠିକଣାରେ ଚଢାଉ କରାଯାଇଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅନ୍ତର୍ଗତ ସାନ୍ତାରାପୁର, କାଲିଆହତା ତେଲକୋଇ, ଘସିପୁରା, ତୁରୁମୁଙ୍ଗା, ଏବଂ ଜାମୁଜୋଡିରେ ଅତର୍କିତ ଚଢାଉ କରିଛି ପୋଲିସ । ସେହିପରି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ, କରଞ୍ଜିଆ, ଝାରପୋଖରିଆ ଟେଣ୍ଟୋପୋସି, ଚଢେଇବୋଲ, କେଣ୍ଡରେଇ ଓ ଠାକୁରମୁଣ୍ଡାରେଲ ଚଢାଉ ହୋଇଛି ।

ସେହିପରି ଯାଜପୁର ସଦର ଥାନା ଯମଧର ଅଂଚଳରେ ଗୋ-ମାଫିଆ ସେକ୍ ସରିଫଙ୍କ ଗୋଦାମ ଓ ବାସଭବନରେ ରେଡ୍ କରୁଛି ପୋଲିସ । ଦୁଇ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୫ ଡିଏସପି ୨୫ଇନସପେକ୍ଟର, ୩୬ ଏସଆଇ ଓ ଏଏସଆଇ ଏବଂ ୧୮ ପ୍ଲାଟୁନ ଫୋର୍ସ ରେଡରେ ସାମିଲ ହୋଇଛନ୍ତି । ରେଡ ବେଳେ ଗୋରୁ ମାଫିଆଙ୍କ ଅଚଳାଚଳ ସଂପତ୍ତି ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme