Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗୋବିନ୍ଦପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ଚୋରୀ

Posted on October 9, 2025

ବନ୍ତ :ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ରାତିରେ ଗୋଟିଏ ଇନଭର୍ଟର ମେସିନ ଓ ଦୁଇଗୋଟି ବ୍ୟାଟେରୀ ଚୋରୀ ହୋଇଯାଇଥିବା ଆଜି କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ ଅଭିଯୋଗ ହୋଇଛି। ଗୋବିନ୍ଦପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ପି ଏଚ ଓ ସବୁଦିନପରି ଗତକାଲି ସକାଳ ୯ଟାରୁଅପରାହ୍ନ୪ଟା ପର୍ଯ୍ୟନ୍ତ ରୋଗୀ ସେବା କରିବାପରେ ଉପକେନ୍ଦ୍ରର ସମସ୍ତ କୋଠରୀର ଝରକା କବାଟ ସହ ମୂଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ।ଆଜି ସକାଳ ୯ଟା ସମୟରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଆସିବାପରେ ମୂଖ୍ୟ ଫାଟକର ତାଲା ଭାଙ୍ଗି ତଳେ ପଡିଥିବା ଦେଖିଥିଲେ। ଏଥିରେ ଆଶ୍ଚର୍ଯ୍ୟ ହୋଇ ଭତରକୁ ଯିବାପରେ ମୂଖ୍ୟ କବାଟର ତାଲା ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକମାନଙ୍କୁ ଜଣାଇଥିଲେ।ଖବରପାଇ ଲୋକମାନେ ସେଠାରେ ପହଞ୍ଚିବା ପରେ ସମସ୍ତଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ଭିତରକୁ ପଶିବା ପରେ ସେଠାରେ ଥିବା ମାଇକ୍ରୋ ଟେକ୍ ଇନଭର୍ଟର ମେସିନ ଓ ଦୁଇଗୋଟି ବ୍ୟାଟେରୀ ଚୋରୀ ହୋଇଯାଇଥିବା ଦେଖିବାକୁ ପାଇଥିଲେ।ଏନେଇ ପି ଏଚ ଓ ରାଜଶ୍ରୀ ଖଣ୍ଡେଇ ଗ୍ରାମ ବାସୀ ମାନଙ୍କ ପରାମର୍ଶକ୍ରମେ କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ତଦନ୍ତ ଜାରୀ ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme