
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ବିଜେଡିର ବିଧାନସଭା ଘେରାଉ। ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ପୁଲିସ-ବିଜେଡି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ୨ଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୁଲିସ।
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ଆଜି ଲୋୟର ପିଏମଜିରେ ବିଜେଡି ଜୋରଦାର ପ୍ରତିବାଦ କରିଛି। ବିଜେଡି କର୍ମୀମାନେ ବିଧାନସଭା ଆଡ଼କୁ ଅଗ୍ରସର ବେଳେ ପୁଲିସ ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବିକ୍ଷୋଭକାରୀଙ୍କ ଉପରକୁ ପୁଲିସ ପାଣି ମାଡ଼ କରିଛି। ସୁରକ୍ଷା ଦୃଷ୍ଟିରୁ ଲୋୟର ପିଏମଜିରେ ୨୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି |

