Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାନ୍ଧୀ ପରିବାରରୁ ଆସିଲା ଖୁସି ଖବର, ବିବାହ କରିବେ ରାହୁଲଙ୍କ ଭଣଜା ରେହାନ

Posted on December 30, 2025

 

ଗାନ୍ଧୀ ପରିବାରରୁ ଆସିଲା ଖୁସି ଖବର । କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ବାଜିବ ସାହାନାଇ । ପ୍ରିୟଙ୍କା ଏବଂ ତାଙ୍କ ଶିଳ୍ପପତି ସ୍ୱାମୀ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରାଙ୍କର ବାହାଘର ହେବାକୁ ଯାଉଛି । ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଅବିବା ବେଗଙ୍କ ସହିତ ରେହାନଙ୍କର ନିର୍ବନ୍ଧ ସରିଛି । ପରିବାର ଲୋକ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରେହାନ ୭ ବର୍ଷର ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ପାହାଚ ଆଗକୁ ବଢିଛନ୍ତି । କିଛି ଦିନ ତଳେ ରେହାନ, ଅବିବାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ସେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ । ପରେ ଉଭୟ ପରିବାର ରାଜି ହେବାରୁ ଉଭୟଙ୍କ ନିର୍ବନ୍ଧ ହୋଇଛି ।

ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନଙ୍କୁ ଏବେ ୨୫ ବର୍ଷ । ରେହାନ୍ ସାଧାରଣତଃ ଲୋକ ଲୋଚନକୁ ଆସିନଥାନ୍ତି । ତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ୨ରୁ୩ ଥର ଦେଖିବାକୁ ମିଳିଛି । କିଛି ଦିନ ତଳେ ତାଙ୍କୁ ରାହୁଲଙ୍କ ସହ ଦେଖି ଅନୁମାନ କରାଯାଉଥିଲା କି ତାଙ୍କର ରାଜନୀତିରେ ଏଣ୍ଟ୍ରୀ ହେବ । ହେଲେ ସେପରି କିଛି ହେଲା ନାହିଁ । ରେହାନ ଜଣେ ଇନଷ୍ଟାଲେସନ ଏବଂ ଭିଜୁଆଲ ଆଟିଷ୍ଟ । ତାଙ୍କର ଏକାଧିକ ପ୍ରଦର୍ଶନୀ ପଡି ସାରିଛି । ତାଙ୍କର ପ୍ରଥମ ପ୍ରଦର୍ଶନୀ ଆୟୋଜନ କରିଥିଲେ, ଯାହାର ଶୀର୍ଷକ ଥିଲା ‘ଡାର୍କ ପର୍ସେପ୍ସନ୍’। ଏହା ବ୍ୟତୀତ, ରେହାନ ପିଲାଦିନରୁ ବନ୍ୟପ୍ରାଣୀ ଫଟୋଗ୍ରାଫି ପ୍ରତି ଆଗ୍ରହୀ ଏବଂ କମର୍ସିଆଲ ଫଟୋଗ୍ରାଫି ମଧ୍ୟ କରନ୍ତି । ରେହାନ ଡେରାଡୁନର ପ୍ରସିଦ୍ଧ ଡୁନ୍ ସ୍କୁଲରେ ପାଠପଢ଼ିଥିଲେ, ଯେଉଁଠାରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ପାଠ ପଢ଼ିଥିଲେ। ଅଧିକ ଅଧ୍ୟୟନ ପାଇଁ ଲଣ୍ଡନ ଯାଇଥିଲେ ରେହାନ । SOAS ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ।

ଅବିବା ବେଗ୍ ଦିଲ୍ଲୀର ବାସିନ୍ଦା । ତାଙ୍କ ପରିବାର ସହ ଭଦ୍ରା ପରିବାରର ସମ୍ପର୍କ ପୂର୍ବରୁ ବହୁତ ନିବିଡ଼ । ଅବିବା ଦିଲ୍ଲୀର ପ୍ରତିଷ୍ଠିତ ମଡର୍ଣ୍ଣ ସ୍କୁଲରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ତା’ପରେ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରୁ ମିଡିଆ ଯୋଗାଯୋଗ ଏବଂ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଥିଲେ । ଅବିବା କେବଳ ବଡ଼ ପରିବାର ନୁହେଁ ତାଙ୍କର ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କର ବୃତ୍ତିଗତ ଜୀବନ ଏବଂ ସଫଳତା ବିଷୟରେ କହିବାକୁ ଗଲେ ଅବିବା ଜଣେ ଭଲ ଫଟୋଗ୍ରାଫର ଏବଂ ପ୍ରଯୋଜକ ମଧ୍ୟ । ତାଙ୍କର ଫଟୋଗୁଡ଼ିକ ଜାତୀୟ ଏବଂ ଅନ୍ତର୍ଜାତୀୟ ପୋର୍ଟାଲ୍ ଏବଂ ପ୍ରକାଶନରେ ପ୍ରଦର୍ଶିତ ହୋଇସାରିଛି । ସେ ‘ୟୁ କାଣ୍ଟ ମିସ୍ ଦିସ୍’ ଏବଂ ‘ଦି ଇଲ୍ୟୁସରି ୱାର୍ଲ୍ଡ’ ଭଳି ଅନେକ ସଫଳ ପ୍ରଦର୍ଶନୀରେ ତାଙ୍କର କଳା ପ୍ରଦର୍ଶନ କରିଛନ୍ତି । ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଫଟୋଗ୍ରାଫି ମାଧ୍ୟମରେ ସାମାଜିକ ସମସ୍ୟାଗୁଡ଼ିକୁ ଉଠାଇବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା । ଅବିବା ଜଣେ ଜାତୀୟସ୍ତରରେ ଫୁଟବଲ ପ୍ଲେୟାର ସହ ପ୍ରକୃତିପ୍ରେମୀ ମଧ୍ୟ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme