Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଡ଼ି ଧକ୍କାରେ ମହିଳା ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Posted on October 17, 2025

ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସର କଲୁଙ୍ଗା ଶିଳ୍ପାଞ୍ଚଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ଗାଡ଼ି ଧକ୍କାରେ ମହିଳା ଶ୍ରମିକ ମୃତ। ମୃତ ମହିଳା ଜଣକ ମୀନା ଚନ୍ଦନ ବୋଲି ଜଣାପଡ଼ିଛି।​​​​​

ସୂଚନା ମୁତାବକ,ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ମୀନା ସାଇକଲ ଯୋଗେ କଲୁଙ୍ଗା ଶିଳ୍ପାଞ୍ଚଳକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲେ। ଅପରପକ୍ଷେ ବେଦବ୍ୟାସରୁ ୮ ଜଣ ବ୍ୟକ୍ତିଙ୍କୁ ନେଇ ଏକ ବୋଲେରୋ କଲୁଙ୍ଗା ଅଞ୍ଚଳକୁ ଆସୁଥିଲା। ହେଲେ ସେହି ସମୟରେ ଶିଳ୍ପାଞ୍ଚଳ ଛକରେ ବୋଲେରଟି ଅଚାନକ ଉକ୍ତ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ସେପଟେ ସୂଚନାପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ଏଥିସହ ପୁଲିସ ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖିଛି। ଅନ୍ୟପଟେ ଦୁର୍ଘଟଣା ପରେ ଚାଳକ ଫେରାର ଥିବା ବେଳେ ପୁଲିସ ଗାଡ଼ି ଅଟକ ରଖି ତଦନ୍ତ ଚଳାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme