Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଁରେ ମାଙ୍କଡ଼ ଆତଙ୍କ, ଆକ୍ରମଣରେ ୫ ବର୍ଷୀୟା ନାବାଳିକା ଗୁରୁତର

Posted on October 16, 2025

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁପଡା ଗାଁରେ ମାଙ୍କଡ଼ ଆତଙ୍କ । ମାଙ୍କଡ଼ ଆକ୍ରମଣରେ ଜଣେ ୫ ବର୍ଷୀୟା ନାବାଳିକା ଗୁରୁତର ହୋଇଛନ୍ତି । ଝିଅଟିକୁ ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ମାସକ ପୂର୍ବରୁ ମାଙ୍କଡ଼ ପୁଟୁପଡା ଗାଁର ସଲ୍ୟ ବଛା ଓ ଦୁଇ ଜଣ ମହିଳା, ଭାନପୁର ଗାଁର କିଛି ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଗୁରୁବାର ସକାଳୁ ଜଣେ ନାବାଳିକାଙ୍କୁ ଆକ୍ରମଣ କରିଛନ୍ତି ।

ସୂଚନା ମୁତାବକ, ଗୁରୁବାର ସକାଳ ୯ଟା ୩୦ରେ ପୁଟୁପଡା ଗାଁର ୫ ବର୍ଷୀୟା ନାବାଳିକା ପାଠ ପଢିବା ପାଇଁ ଶିଶୁ ବାଟିକା ଯାଉଥିଲେ । ଏହି ସମୟରେ ୧୦ରୁ ୧୫ ମାଙ୍କଡ଼ ଗଛ ଡାଳ ଉପରେ ଥିଲେ । ସ୍କୁଲ ଯିବା ବେଳେ ଝିଅଟିକୁ ଦେଖି ଗଛ ତଳକୁ ଓହ୍ଲାଇ ଆସି ଝିଅର ଡାହାଣ ଗୋଡ଼କୁ କାମୁଡି ଦେଇଥିଲେ ।  ଯାହା ଫଳରେ ଝିଅଟି ଆହତ ହୋଇ ରାସ୍ତାରେ ପଡ଼ି ଯାଇଥିଲା । ଏହି ଦେଖି ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଖବର ପାଇ ତୁରନ୍ତ ଚିକିତ୍ସା ପାଇଁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଛନ୍ତି । ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ବଙ୍ଗୋମୁଣ୍ଡା ରେଞ୍ଜର ପି.ଏନ କୁମ୍ଭାରକୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମୁଁ ସୁରକ୍ଷା ଗାର୍ଡମାନଙ୍କୁ ପଠାଉଛି । ତୁରନ୍ତ ମାଙ୍କଡ଼ମାନଙ୍କୁ ଘଉଡ଼ାଇବା ପାଇଁ ବନ୍ଦୋବସ୍ତ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme