Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗର୍ଭବତୀ କଲେ ପୁରସ୍କାର, ରାକେଟର ପର୍ଦ୍ଦାଫାସ, ୮ ଗିରଫ

Posted on January 11, 2026

ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପୁରସ୍କାର ମିଳିବ । ତାହା ପୁଣି ଶହ କିମ୍ବା ହଜାର ଆକାରରେ ନୁହେଁ, ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର । ବିଭିନ୍ନ ସୋସିଆଲ ମିଡିଆରେ ଏଭଳି ବିଜ୍ଞାପନ ଦେଇ ଦେଶର ବିଭିନ୍ନ ଭାଗରୁ ଶତାଧିକ ଯୁବକଙ୍କୁ ଠକିଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ବିହାର ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଯାଇଛି । ରାକେଟରେ ସମ୍ପୃକ୍ତ ଆହୁରି ୧୮ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ କରାଯାଉଛି । ଆଜି ଏଭଳି ସୂଚନା ଦେଇଛନ୍ତି ବିହାର ନୱାଦା ଜିଲ୍ଲା ସାଇବର ସେଲ୍ ମୁଖ୍ୟ କଲ୍ୟାଣ ଆନନ୍ଦ ।

ଆନନ୍ଦଙ୍କ କହିବାନୁଯାୟୀ ଅଭିଯୁକ୍ତମାନେ ଫେସବୁକ୍ ଓ ହ୍ୱାଟସଆପ୍ ଭଳି ବିଭିନ୍ନ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥାନ୍ତି । ଏହାରି ମାଧ୍ୟମରେ ସେମାନେ ଯୁବବର୍ଗଙ୍କୁ ଟାର୍ଗେଟ କରିଥାନ୍ତି । ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସେମାନେ ପ୍ରସ୍ତାବ ଦେଇଥାନ୍ତି । ଏଥିସହ ଚାକିରି, ଋଣ ଓ ଅନ୍ୟାନ୍ୟ ସବୁ ସୁବିଧା ମିଳିବ ବୋଲି କହିଥାନ୍ତି । ସୋସିଆଲ ମିଡିଆରେ ବିଭିନ୍ନ ମଡେଲଙ୍କର ଫଟୋକୁ ମଧ୍ୟ ଅପଲୋଡ କରି ଯୁବକଙ୍କୁ ଆକର୍ଷିତ କରିଥାନ୍ତି । ସେମାନଙ୍କ ସହ ଯୋଗାଯୋଗ କରିବା ପରେ ପଞ୍ଜିକରଣ, ହୋଟେଲ ଭଡା ଓ ଅନ୍ୟାନ୍ୟ ବାବଦକୁ ପ୍ରଥମେ ଯୁବକଙ୍କ ଠାରୁ ଟଙ୍କା ନେଇଥାନ୍ତି । ଥରେ ଟଙ୍କା ମିଳିଯିବା ପରେ ସାଇବର ଠକମାନେ ବିଭିନ୍ନ ବାହାନା ଦେଖାଇ ଆହୁରି ଅର୍ଥ ଆଦାୟ କରିଥାନ୍ତି । ଯୁବକ ଜଣକ ସାଇବର ଠକେଇର ଶିକାର ହୋଇଥିବାର ନ ଜାଣିବା ପର୍ଯ୍ୟନ୍ତ ତାଙ୍କୁ ଠକିଥାନ୍ତି । ନିଜର କଷ୍ଟ ଉପାର୍ଜିତ ଅର୍ଥ ହରାଇ ସାଇବର ଠକେଇର ଶିକାର ହୋଇଥିବା ଯୁବକମାନେ ଲୋକଲଜ୍ଜା ଭୟରେ ପୁଲିସରେ ଅଭିଯୋଗ କରି ନଥାନ୍ତି ।

ନୱାଦା ପୁଲିସ ପକ୍ଷରୁ ଗଠନ କରାଯାଇଥିବା ଏସଆଇଟି ଜିଲ୍ଲାରୁ ଏହି ଠକେଇରେ ସମ୍ପୃକ୍ତ ରଞ୍ଜନ କୁମାର ନାମକ ଜଣେ ଯୁବକ ଓ ଅନ୍ୟ ଜଣେ ନାବାଳକଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଜେରା କରାଯିବା ପରେ ଅନ୍ୟ ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୯ଟା ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମିଳିଛି । ଏହି ରାକେଟରେ ଆହୁରି ୧୮ ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ସୋସିଆଲ ମିଡିଆରେ ଦିଆଯାଉଥିବା ଏଭଳି ଭ୍ରମାତ୍ମକ ବିଜ୍ଞାପନରେ ନ ପଡିବା ଲାଗି ପୁଲିସ ଯୁବକମାନଙ୍କୁ ଅପିଲ କରିଛି । ଏଥିସହ ଯେଉଁମାନେ ଏଭଳି ଠକେଇର ଶିକାର ହୋଇଛନ୍ତି ସେମାନେ ଅଭିଯୋଗ କରିବା ଲାଗି ମଧ୍ୟ ନୱାଦା ପୁଲିସ ସେମାନଙ୍କୁ ଅନୁରୋଧ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme