Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗରିବ ରଥ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ତିନୋଟି ବଗି

Posted on October 18, 2025

ପଞ୍ଜାବର ସିରହିନ୍ଦ ନିକଟରେ ଆଜି ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ତିନୋଟି ଏସି ବଗି ଜଳିଗଲା । ସିରହିନ୍ଦ ଷ୍ଟେସନରୁ ଅମ୍ବାଲା ଅଭିମୁଖେ ପ୍ରାୟ ଅଧ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା ।

ସୂଚନା ଅନୁସାରେ, ଟ୍ରେନର ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନକୁ ତତ୍କ୍ଷଣାତ୍ ଅଟକାଇ ଦିଆଯାଇଥିଲା । ପରେ ନିଆଁ ଅନ୍ୟ ଦୁଇଟି ବଗିକୁ ମଧ୍ୟ ବ୍ୟାପିଯାଇଥିଲା । ଯାତ୍ରୀମାନଙ୍କୁ ସମୟରେ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ଏବଂ କୌଣସି ଆହତ ହୋଇନାହାନ୍ତି ବୋଲି ଖବର ମିଳିଛି ।

ସିରହିନ୍ଦ ଜିଆରପି ଏସଏଚଓ ରତନ ଲାଲ କହିଛନ୍ତି, “ଗୋଟିଏ କୋଚ୍‌ରୁ ଧୂଆଁ ବାହାରୁଥିବା ଦେଖିବା ସହିତ ଟ୍ରେନକୁ ଅଟକାଇ ଦିଆଯାଇଥିଲା । ଯାତ୍ରୀମାନଙ୍କୁ ସମୟରେ ନିରାପଦ ଭାବେ ଚାଲାଯିବାକୁ ସହଯୋଗ କରାଯାଇଥିଲା । ଅଗ୍ନିକାଣ୍ଡରେ ଟ୍ରେନର ତିନୋଟି ବଗି କ୍ଷତିଗ୍ରସ୍ତ ହୋଇଛି । ଘଟଣାର ସଠିକ କାରଣ ତଦନ୍ତ ପରେ ଜଣାପଡ଼ିବ।”

ଏହି ଘଟଣା ସମ୍ପର୍କରେ ରେଳ ମନ୍ତ୍ରଣାଳୟ କହିଛି, “ଆଜି ସକାଳେ ପଞ୍ଜାବର ସିରହିନ୍ଦ ଷ୍ଟେସନରେ ୧୨୨୦୪ ଅମୃତସର-ସହରସା ଗରିବ ରଥ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ଖବର ମିଳିନାହିଁ । ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣରେ ଆଣିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme