
ମା ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ବାଟରେ ଜଗି ଥିଲା ଯମ । ଗଛରେ ପିଟିହେଲା କାର୍ । ଆରଆଇଙ୍କ ମୃତ୍ୟୁ । ଦୁଇଟି ପରିବାରର ୬ ଜଣ ଗୁରୁତର । ହିନ୍ଦୋଳ ଥାନା ସେରଣା ବେଢା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ମୃତ୍ୟୁଞ୍ଜୟ ପାଣିଗ୍ରାହୀ । ସେ ପଞ୍ଚମହଲା RI ଭାବେ କାର୍ଯ୍ୟରତ ଥିଲେ।
ସୂଚନା ଅନୁସାରେ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ମିଲୁ ସେଠୀଙ୍କ ପରିବାର ଗତକାଲି ମାଆ ତାରାତାରିଣୀଙ୍କ ଦର୍ଶନ କରି ଫେରୁଥିଲେ । ସେରଣା ବେଢା ନିକଟରେ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇଥିଲା କାର୍ । ଦୁର୍ଘଟଣାରେ ସମସ୍ତେ ଆହତ ହୋଇଥିଲେ । ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା । ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
