Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖୋଲିଲା ଭାରତର ଦୀର୍ଘତମ କାଚ ପୋଲ, ଖର୍ଚ୍ଚ ୭ କୋଟି

Posted on December 2, 2025

ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ ଉପରେ ଚାଲିବାର ଅନୁଭବ ପାଇବେ ଭାରତୀୟ । ବିଶାଖାପଟ୍ଟନମ୍‌ରେ ନିର୍ମିତ ହୋଇଛି ଭାରତର ଦୀର୍ଘତମ କାଚ ପୋଲ । ମନୋରମ ପ୍ରାକୃତିକ ପରିବେଶ ଓ ଅଭିନବ ଡିଜାଇନ୍ ଏହାର ଆକର୍ଷଣକୁ ବହୁଗୁଣିତ କରିଛି । ବିଶାଖାପଟ୍ଟନମ୍ ସାଂସଦ ଶ୍ରୀ ଭାରତଙ୍କ ଦ୍ୱାରା ଭାରତର ଦୀର୍ଘତମ କାଣ୍ଟିଲିଭର ଗ୍ଲାସ୍ ସ୍କାଇୱାକ୍ ଭାବେ ପରିଚିତ ଏହି ଚମତ୍କାର ପୋଲ ଔପଚାରିକ ରୂପେ ସାଧାରଣ ଜନତାଙ୍କ ପାଇଁ ଉନ୍ମୋଚିତ ହୋଇଛି । କୈଳାସଗିରି ପାହାଡ଼ ଶୀର୍ଷରେ ସୁନ୍ଦର ପ୍ରାକୃତିକ ଦୃଶ୍ୟରାଜି ମଧ୍ୟରେ ଦଣ୍ଡାୟମାନ ଏହି ପୋଲ ଚମତ୍କାର ଇଞ୍ଜିନିୟରିଂ ଜ୍ଞାନକୌଶଳର ସୁନ୍ଦର ନମୁନା । ଏହା ଆଗନ୍ତୁକଙ୍କ ମନକୁ ଛୁଇଁଲା ଭଳି ଅନୁଭବ ପ୍ରଦାନ କରେ, ଯାହା ସହରକୁ ଜାତୀୟ ରୋମାଞ୍ଚକର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଛି ।

୭ କୋଟି ନିବେଶରେ ନିର୍ମିତ ଏହି ପୋଲ ପର୍ଯ୍ୟଟକଙ୍କ ପାଇଁ ଡିସେମ୍ବର ଛୁଟିଦିନକୁ ଆହୁରି ଉତ୍ସାହଜନକ ଓ ରୋମାଞ୍ଚକର କରିବ । ୫୦ ମିଟର ଲମ୍ବ ଏହି ପୋଲ ଭାରତର ଦୀର୍ଘତମ କାଣ୍ଟିଲିଭର ଗ୍ଲାସ୍ ସ୍କାଇୱାକ୍ । ଅର୍ଥାତ୍ ପୋଲ ପ୍ଲାଟ୍‌ଫର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ତଳୁ କୌଣସି ସମର୍ଥନ ବିନା ପାହାଡ଼ ମୁହଁରୁ ବାହାରି ରହିଛି, ଯାହା ପବନରେ ଭାସିବା ଭଳି ରୋମାଞ୍ଚ ସୃଷ୍ଟି କରୁଛି । ଭୂମିଠୁ ୮୬୨ ଫୁଟ ଏବଂ ସମୁଦ୍ର ପତ୍ତନଠୁ ପ୍ରାୟ ୧୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ପୋଲର କାଚ ଜରିଆରେ ଗଭୀର ଉପତ୍ୟକା ତଳର ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିହେବ । ମୋଟାମୋଟି ପୋଲରୁ ଚତୁଃପାଶ୍ୱର୍ର ସୁନ୍ଦର ଦୃଶ୍ୟକୁ ପରିଦର୍ଶକ ମନଭରି ଉପଭୋଗ କରିପାରିବେ ।

ଫଟୋଗ୍ରାଫର୍ ଓ ରୋମାଞ୍ଚପ୍ରେମୀ ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଚମତ୍କାର ଦୃଶ୍ୟ ଦେଖିପାରିବେ । ତେବେ ପୋଲ ନିର୍ମାଣରେ ସୁରକ୍ଷା ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି । ଉଚ୍ଚ ଗୁଣବତ୍ତାସମ୍ପନ୍ନ, ତ୍ରିସ୍ତରୀୟ, ଜର୍ମାନୀରୁ ଆସିଥିବା ୪୦-ଏମ୍ଏମ୍ ଟେମ୍ପର୍ଡ ଲାମିନେଟେଡ୍ କାଚରେ ଏହି ଢାଞ୍ଚା ନିର୍ମିତ ହୋଇଛି । ୪୦ ଟନ୍‌ ପ୍ରଶସ୍ତ ଷ୍ଟିଲ୍ ଦ୍ୱାରା ଏହାକୁ ମଜଭୁତ କରାଯାଇଛି । ଉକ୍ତ ଅଞ୍ଚଳର ଶକ୍ତିଶାଳୀ ତଟୀୟ ଜଳବାୟୁ, ପବନର ଉଚ୍ଚ ବେଗର ମୁକାବିଲା ଲାଗି ଏହି ପୋଲ ନିର୍ମିତ ହୋଇଛି । ଏହି ସ୍ୱଚ୍ଛ ପ୍ଲାଟ୍‌ଫର୍ମ ଉପରେ ଲୋକେ ଯେମିତି ନିର୍ଭୀକ ହୋଇ, ଶାନ୍ତିରେ ଚାଲିପାରିବେ, ସେଥିପ୍ରତି ପୂରା ଧ୍ୟାନ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦-୧୫ ମିନିଟ୍ ଚାଲିବା ପାଇଁ ଗୋଟିଏ ବ୍ୟାଚ୍‌ରେ ୨୦-୪୦ ଜଣଙ୍କୁ ପୋଲରେ ଯିବାକୁ ଅନୁମତି ଦିଆଯିବ । ପୋଲରେ ଭିଡ଼ ନ ବଢ଼ାଇ ପ୍ରାକୃତିକ ଦୃଶ୍ୟରାଜିକୁ ମନଭରି ଉପଭୋଗ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme