Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖରାଦିନେ ଖାଆନ୍ତୁ ଫାଳେ ପିଆଜ

Posted on October 3, 2025

ଏବେ ଅଧିକାଂଶ ଲୋକେ ପିଆଜ ରସୁଣ ଖାଇବାକୁ ବାରଣ କରୁଛନ୍ତି। ହେଲେ ଏହି ପିଆଜ ଶରୀର ପାଇଁ ବେଶ ଉପକାରୀ, ଏକଥା ହୁଏତ ଅନେକଙ୍କୁ ଜଣା ନ ଥିବ। ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ। ଭାତ ହେଉ କିମ୍ବା ରୁଟି ଭୋଜନ ସମୟରେ କଞ୍ଚା ପିଆଜର ସାଲାଡ ଖାଆନ୍ତୁ। ନଚେତ ଦହିରେ ଟିକ ଟିକ କାଟି ପିଆଜକୁ ଖାଇପାରିବେ। ଏହା ଶରୀର ପାଇଁ ବେଶ ଲାଭଦାୟକ।

  • ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବା ସାଧାରଣ କଥା। ହେଲେ ଆପଣ ଜାଣିଛନ୍ତି କି ଏଥିରୁ ବର୍ତ୍ତିବା ପାଇଁ କଞ୍ଚା ପିଆଜର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। କଞ୍ଚା ପିଆଜ ଖାଇବା ଦ୍ୱାରା ଅଂଶୁଘାତ ହୋଇ ନ ଥାଏ ଓ ଅଂଶୁଘାତ ହୋଇଥିଲେ ପିଆଜ ରସ ପିଇଲେ ଭଲ ହୋଇଥାଏ।
  • ଗ୍ରୀଷ୍ମରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ। ଏହି ବର୍ଗର ଲୋକେ ଦ୍ବିପହର ଭୋଜନ ସମୟରେ କଞ୍ଚା ପିଆଜ ଫାଳେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।
  • କଞ୍ଚା ପିଆଜ ଖାଇବା ଦ୍ବାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
  • ପିଆଜ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାର ଉପଯୋଗ କରିବା ସହ ସ୍ୟାଣ୍ଡୱିଚ ଘରେ ପ୍ରସ୍ତୁତ କରି କଞ୍ଚା ପିଆଜର ଉପଯୋଗ କରନ୍ତୁ। କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
  • ସେହିପରି ଦୁର୍ଗନ୍ଧ ସମସ୍ୟା ଦେଖାଦେଲେ ମଧ୍ୟ କଞ୍ଚା ପିଆଜର ବ୍ୟବହାର କରିପାରିବେ। ଏହାକୁ ଖାଇଲେ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme