
ଦୀପାବଳିକୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏନେଇ ସ୍ୱତନ୍ତ୍ର ଭାବେ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି । କାଜୁଆଲିଟିଠାରୁ ଆରମ୍ଭ କରି ଡ୍ରେସିଂ ରୁମ ପର୍ଯ୍ୟନ୍ତ ଅଧିକ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ କରାଯିବ । ସ୍ୱତନ୍ତ୍ର ଭାବେ ଚର୍ମ, ଅସ୍ଥିଶଲ୍ୟ, ଚକ୍ଷୁ ଓ ଭେଷଜ ବିଶେଷଜ୍ଞଙ୍କୁ ନିୟୋଜିତ କରାଯିବ । କାଜୁଆଲିଟି ବାହାରେ ଅଧିକ ସଂଖ୍ୟାରେ ଷ୍ଟ୍ରେଚର ଓ ହୁଇଲ୍ ଚେୟାର ବ୍ୟବସ୍ଥା କରାଯାଇଛି । ଯଦି ଅଧିକ ପୋଡ଼ା ରୋଗୀ ଆସନ୍ତି ତାହେଲେ ବର୍ଣ୍ଣ ୟୁନିଟ୍କୁ ପଠାଯିବ । ସେଠାରେ ୬ଟି ଶଯ୍ୟା ରହିଛି ବୋଲି ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି ।

