କ୍ରିକେଟ ଖେଳକୁ କେନ୍ଦ୍ରକରି ବ୍ୟାଟ ପ୍ରହାରରେ ଖେଳାଳିଙ୍କ ଫାଟିଲା ମୁଣ୍ଡ । ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୂଷଳ ପଞ୍ଚାୟତରେ ଥିବା ସାଇରାମପୂର ଗ୍ରାମରେ ।ଗ୍ରାମ ପଡ଼ିଆରେ ଚାଲିଥିବା ଫାଇନାଲ କ୍ରିକେଟ ମ୍ୟାଚରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗନ୍ଧାପାଳ ଏବଂ ରାଂସୋଳ ଦୁଇ ଦଳ ମଧ୍ୟରେ ଖେଳ ଚାଲିଥିଲା ।
ଶେଷ ବଲରେ ବିଜୟ ପାଇଁ ରାଂସୋଳକୁ 4 ରନ୍ ଆବଶ୍ୟକ ଥିବା ବେଳେ, କରିପାରି ନ ଥିଲେ ରଂଶୋଳ ଦଳ। ଏଥିରେ ବିଜୟ ହୋଇଥିଲେ ଗନ୍ଧାପାଳ । ବିଜୟୀ ହୋଇଥିଲେ ଗନ୍ଧାପାଳ ଖେଳାଳି ଉଲଗ୍ନ ହୋଇ ନାଚିଥିଲେ । ଯାହାକୁ ନେଇ ଉତଖିପ୍ତ ହୋଇଯାଇଥିଲେ ରାଂଶୋଳ ଦଳ ର ଖେଳାଳି ।କ୍ରିକେଟ ବ୍ୟାଟ ଏବଂ ଷ୍ଟମ୍ପ ଧରି ଆକ୍ରମଣ କରିଥିଲେ ଗନ୍ଧାପାଳ ଦଳ ଉପରେ ।ଆକ୍ରମଣରେ ଉଭୟ ପକ୍ଷର ଅନେକ ଖେଳାଳି ରକ୍ତାକ୍ତ ହୋଇଥିବା ବେଳେ ଗନ୍ଧାପାଳ ଦଳର ପ୍ରସାର ବାରିକ, ଅନିଲ ବାରିକ, ସିପୁ ପରିଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଅନ୍ୟ ଯୁବକ ମାନେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଶେଷ ଖବର ସୁଦ୍ଧା ଭୁବନ ପୋଲିସ ଖବର ପାଇ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇରାମପୁର ଦଳ ଆୟୋଜକ ଭାବେ ସମସ୍ତଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଏନେଇ ଗନ୍ଧାପାଳ କ୍ରିକେଟ ଟିମ ପକ୍ଷରୁ ଭୁବନ ଥାନାରେ ଏତଲା ଦିଆଯାଇଛି ।
