Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଲେଷ୍ଟେରଲ୍‌ କମାଏ ଗ୍ରୀନ୍‌ କଫି

Posted on December 15, 2025

ଗ୍ରୀନ୍ ଟି’ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଗ୍ରୀନ୍ କଫି ବିଷୟରେ ଜାଣନ୍ତି କି? ଗ୍ରୀନ୍ କଫି ଶରୀର ପାଇଁ ଖୁବ୍ ଲାଭଦାୟକ । ଏଥିରେ ଅଧିକ ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ କ୍ୟାଫିନ୍ ପ୍ରାୟତଃ ନଥାଏ । ଗ୍ରୀନ୍ କଫି ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ଗ୍ରୀନ୍ ଟି’ ପିଇବା ଦ୍ୱାରା ଆହୁରି ଅନେକ ପ୍ରକାରର ଫାଇଦା ମିଳିଥାଏ । ଶୀତଦିନେ ପ୍ରାୟ ଲୋକ ଶରୀରକୁ ଗରମ ରଖିବା ପାଇଁ କଫି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆବଶ୍ୟକଠାରୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । କାରଣ ଏଥିରେ ବହୁ ମାତ୍ରାରେ କ୍ୟାଫିନ୍ ରହିଥାଏ, ଯାହା ଶରୀରକୁ ପ୍ରଭାବିତ କରିଥାଏ । କିନ୍ତୁ କଫି ପରିବର୍ତ୍ତେ ଗ୍ରୀନ୍ କଫି ପିଇପାରିବେ । ଏହା ଆଦୌ କ୍ଷତିକାରକ ନୁହେଁ । କାରଣ ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରା ସାଙ୍ଗକୁ ଆଦୌ କ୍ୟାଫିନ୍ ନଥାଏ । ଏହାକୁ ଆପଣ ବାରମ୍ବାର ପିଇପାରିବେ ।

ଗ୍ରୀନ୍ କଫି ଆଣ୍ଟି ଅକ୍ସିଡାଣ୍ଟରେ ଭରା, ଯାହା ଆମ ଶରୀରକୁ ହାନିକାରକ ପ୍ରଭାବରୁ ରକ୍ଷା କରିଥାଏ । ଏଥିରେ ପୋଟାସିୟମ୍ ଓ ସୋଡିୟମ୍ ମଧ୍ୟ କମ୍ ରହିଥାଏ, ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍ ପ୍ରଭାବଶାଳୀ ।

କଫି ପିଇବା ଦ୍ୱାରା ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ସେହିପରି ଶରୀରର ପ୍ରଦାହକୁ ମଧ୍ୟ କମାଇଥାଏ । ତେଣୁ ମଧୁମେହ ରୋଗୀ ଏହାକୁ ଡାଏଟ୍ରେ ସାମିଲ୍ କରିପାରିବେ ।

ଗ୍ରୀନ୍ କଫିକୁ ଏନର୍ଜି ବୁଷ୍ଟର ବା ଶକ୍ତି ପ୍ରଦାନକାରୀ ମଧ୍ୟ କୁହାଯାଇପାରିବ । ଏହା ଶରୀରର ଥକ୍କାପଣ ଦୂର କରିବା ସହ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ ।

ଯେଉଁମାନଙ୍କଠାରେ କୋଲେଷ୍ଟେରଲ୍ ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ଗ୍ରୀନ୍ କଫି ବରଦାନ । ଏହା ଶରୀରରୁ ଖରାପ କୋଲେଷ୍ଟେରଲ୍କୁ କମାଇବା ସହ ହୃଦୟକୁ ସୁସ୍ଥ ରଖିଥାଏ । ଗବେଷଣା ଅନୁସାରେ, ନିୟମିତ ଗ୍ରୀନ୍ କଫି ପିଇବା ଦ୍ୱାରା କୋଲେଷ୍ଟେରଲ୍ ସମସ୍ୟା ନିୟନ୍ତ୍ରିତ ରହିପାରିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme