Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଟିପତି ହେବେ ମା’ ହୋଇଥିବା ମହିଳା

Posted on December 27, 2025

ଟେଲିଗ୍ରାମର ମାଲିକ ପାଭେଲ ଡୁରୋଭ୍ ନିଜର ଦାନ କରିଥିବା ଶୁକ୍ରାଣୁରୁ ମା’ ହେଉଥିବା ମହିଳାଙ୍କୁ ସମ୍ପତ୍ତିରେ ଭାଗ ଦେବାକୁ ଘୋଷଣା କରିଛନ୍ତି । ପାଭେଲଙ୍କ ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ଶୁକ୍ରାଣୁକୁ ମସ୍କୋର ଏକ ପ୍ରସିଦ୍ଧ ପ୍ରଜନନ କ୍ଲିନିକରେ ସୁରକ୍ଷିତ ରଖାଯାଇଛି । ତାଙ୍କ ଅଫର୍ ପରେ ତାଙ୍କ ଶୁକ୍ରାଣୁ ଜରିଆରେ ମା’ହେବାକୁ ମହିଳାଙ୍କ ଲମ୍ବା ଧାଡ଼ି ଲାଗିଛି । ଏହି ଅଫର୍ କେବଳ ୩୭ ବର୍ଷରୁ କମ୍ ବୟସର ମହିଳାଙ୍କ ପାଇଁ, ଯେଉଁମାନେ ପାଭେଲ ଦାନ କରିଥିବା ଶୁକ୍ରାଣୁରୁ ମା’ ହେବେ । ଏହି ମହିଳାଙ୍କୁ ପାଭେଲଙ୍କ ସମ୍ପତ୍ତିରେ ଅଧିକାର ପାଇବା ପାଇଁ ଡିଏନ୍ଏ ଟେଷ୍ଟ୍ ରିପୋର୍ଟ ଦେଖାଇବାକୁ ପଡ଼ିବ ।

ପରୀକ୍ଷଣ ସଫଳ ହେଲେ, ମହିଳାଙ୍କ ସନ୍ତାନଙ୍କୁ ପାଭେଲଙ୍କ ସମ୍ପତ୍ତିରେ ସମାନ ଅଧିକାର ମିଳିବ । ଏଥିସହିତ ଆଇଭିଏଫ୍ ଖର୍ଚ୍ଚ ମଧ୍ୟ ସେ ନିଜେ ଉଠାଇବେ । ପାଭେଲ କହିଛନ୍ତି, ପ୍ରଦୂଷଣ ଯୋଗୁ ବିଶ୍ୱରେ ସୁସ୍ଥ ଶୁକ୍ରାଣୁର ଅଭାବ ହେଉଛି । ସେଥିପାଇଁ ଭଲ ଗୁଣବତ୍ତାସମ୍ପନ୍ନ ଶୁକ୍ରାଣୁ ଦାନ କରିବା ତାଙ୍କର ସାମାଜିକ ଦାୟିତ୍ୱ । ଗତ ୧୫ ବର୍ଷ ହେଲା ପାଭେଲ ୧୨ ଭିନ୍ନ ଭିନ୍ନ ଦେଶରେ ଶୁକ୍ରାଣୁ ଦାନ କରିଛନ୍ତି । ଏହା ଦ୍ୱାରା ଅଦ୍ୟାବଧି ୧୦୦ରୁ ଅଧିକ ସନ୍ତାନ ଜନ୍ମ ହୋଇଛନ୍ତି । ଏଥିସହିତ ନିଜ ପାର୍ଟନର୍ଙ୍କଠୁ ମଧ୍ୟ ତାଙ୍କର ୬ ସନ୍ତାନ ଅଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme