
କୋଟାୟମ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ବସରେ ୪୯ ଯାତ୍ରୀ ଥିଲେ, ଯେଉଁଥିରେ ୧ ମହିଳାଙ୍କର ମୃତ୍ୟୁହୋଇଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବସଟି କନ୍ୟାକୁମାରୀ ଓ ତିରୁବନନ୍ତପୁରମ ମଧ୍ୟରେ ଯାତ୍ରା କରୁଥିବା ସମୟରେ ଏକ ମୋଡ଼ରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା।
ପୋଲିସ କୁହିବାଅନୁସାରେ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଛି। ଯେଉଁ ମହିଳାଙ୍କର ମୃତ୍ୟୁ ଘଟିଛି ତାଙ୍କ ମୃତଦେହ ପରିବାରକୁ ପୋଷ୍ଟମର୍ଟମ ପରେ ହସ୍ତାନ୍ତର କରାଯିବ।

