Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଇଲା ବୋଝେଇ ରେଳ ୱାଗନରେ ପାଲ ଭିଡା ଦାବି, ଠିକା ଶ୍ରମିକ କଂଗ୍ରେସର ଚେତାବନୀ

Posted on October 27, 2025

ତାଳଚେର ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ରେଳ ୱାଗନରେ ପାଲ ଭିଡା ଦାବି ନେଇ ଡେରା ଶ୍ରମିକ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଆସନ୍ତା ୨୯ ତାରିଖ ଦିନ ଏକ ଦାବିପତ୍ର ରେଳ ବିଭାଗର କତ୍ତୃପକ୍ଷଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଖୁବ ଶୀଘ୍ର କୋଇଲା ବୋଝେଇ ରେଳ ୱାଗନରେ ପାଲ ଭିଡା ନଗଲେ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓଲ୍ହାଇବାକୁ ଚେତାବନୀ ଦେଇଛି ସଂଗଠନ ।ହାଣ୍ଡିଧୂଆଁ ରେଳ ଫାଟକ ନିକଟରେ ସମସ୍ତ କୋଇଲା ବୋଝେଇ ଟ୍ରେନକୁ ଅଟକାଇ ରେଳରୋକ ଆନ୍ଦୋଳନ କରିବ ସଂଗଠନ । ସୂଚନା ଅନୁସାରେ କୋଇଲା ବୋଝେଇ ଟ୍ରେନରେ ପାଲ ଭିଡ଼ିବାକୁ ନେଇ ସଂଗଠନ ପକ୍ଷରୁ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲେ ମଧ୍ୟ ଏଥି ପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କୋଇଲା ବୋଝେଇ ଟ୍ରେନରୁ ଧୂଳି ଧୂଆଁ ଉଡି ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏହି କୋଇଲା ବୋଝେଇ ରେଳ ୱାଗନ ରେ ପାଲ ଭିଡା ହେବା ଦ୍ୱାରା ତାଳଚେରରେ ପ୍ରଦୂଷଣର ମାତ୍ରା କମିବା ସହ ବେକାର ଯୁବକମାନେ ନିଯୁକ୍ତି ପାଇପାରିବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସବୁଠି ମାଲବାହୀ ଟ୍ରେନରେ ପାଲ ଭିଡା ଯାଇ ଟ୍ରେନ ଚଳାଚଳ କରୁଥିବା ବେଳେ ତାଳଚେରରେ ବାରମ୍ବାର ଦାବି ଆପତ୍ତି କଲେ ମଧ୍ୟ କାହିଁକି ପାଲ ଭିଡା ଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛି ସଂଗଠନ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme