Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେସିସି ବ୍ୟାଙ୍କରେ ବ୍ୟାପକ ଅନିୟମିତତା

Posted on October 9, 2025

ବ୍ୟାଙ୍କର ନିର୍ଦ୍ଦେଶକ ଓ ସଂପର୍କୀୟଙ୍କୁ ଋଣ ପ୍ରଦାନ

କେନ୍ଦୁଝର: କେନ୍ଦୁଝର ସେଣ୍ଟ୍ରାଲ୍‌ କୋଅପରେଟିଭ ବ୍ୟାଙ୍କ (କେସିସି)ରେ ବ୍ୟାପକ ଅନିୟମିତତା ହୋଇଛି। ଏ ନେଇ ଗଠନ ହୋଇଥିବା ଟିମ୍‌ର ରିପୋର୍ଟ ଆଧାରରେ କୋଅପରେଟଟିଭ ସୋସାଇଟିର ରେଜିଷ୍ଟ୍ରାରଙ୍କ ପକ୍ଷରୁ ବ୍ୟାଙ୍କ ସଭାପତି ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅକ୍ଟୋବର ୧୪ ସୁଦ୍ଧା ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି। ରେଜିଷ୍ଟ୍ରାର୍‌ଙ୍କ ଚିଠି ନମ୍ବର ଏକ୍ସଆଇଭି-୧୩/୨୦୨୫-୧୭୩ ଅନୁସାରେ, କେସିସି ବ୍ୟାଙ୍କରେ ଅନିୟମିତତା ନେଇ କୋଅପରେଟିଭ୍‌ ସୋସାଇଟିର ଯୁଗ୍ମ ରେଜିଷ୍ଟ୍ରାର, ଚିଫ୍‌ ଜେନେରାଲ ମ୍ୟାନେଜର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଅନୁସାରେ, ବ୍ୟାଙ୍କର ନିର୍ଦ୍ଦେଶକ ଓ ସେମାନଙ୍କ ସଂପର୍କୀୟଙ୍କୁ ଋଣ ପ୍ରଦାନ କରାଯାଇଛି। ଯାହା ବିଆର୍‌ ଆକ୍ଟ-୧୯୪୯ର ୨୦ ଧାରାକୁ ଉଲ୍ଲଂଘନ କରୁଛି। ସେହିପରି କର୍ମଚାରୀ ରବିନାରାୟଣ ପୁହାଣଙ୍କ ନିଯୁକ୍ତିକୁ ତଦନ୍ତକାରୀ ଟିମ୍‌ ଉଦ୍ଦେଶ୍ୟମୂଳକ ବୋଲି ଦର୍ଶାଇଛି। ଏହାଛଡ଼ା ସଂପର୍କୀୟଙ୍କୁ ନିଯୁକ୍ତି ଦେବା ପାଇଁ ପରିଚାଳନା କର୍ତ୍ତୃପକ୍ଷ ଏକାଧିକ ପ୍ରସ୍ତାବ (ରିଜୋଲେସନ୍‌) ପାରିତ କରିଛନ୍ତି, ଯାହାକୁ ତଦନ୍ତକାରୀ ଟିମ୍‌ ଅନିୟମିତ ବୋଲି ଦର୍ଶାଇଛି। ପରିଚାଳନା କମିଟି ସିସିବି ଷ୍ଟାଫ୍‌ ସର୍ଭିସ୍‌ ରୁଲ୍‌-୨୦୧୧ର ଉଲ୍ଲଂଘନ କରିଛି। ସନ୍ତୋଷ କୁମାର ମହାନ୍ତ ନାମକ ଜଣେ ଠିକା କର୍ମଚାରୀଙ୍କୁ ନିୟମିତ ବ୍ୟାଙ୍କିଙ୍ଗ୍‌ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ବ୍ୟାଙ୍କର ନିର୍ମାଣ କାମପାଇଁ ଯେଉଁ ଟେଣ୍ଡର ହୋଇଥିଲା, ତାହା ଠିକ୍‌ ଢଙ୍ଗରେ ହୋଇନି। କେସିସି ବ୍ୟାଙ୍କ ଓସିଏସ୍‌ ଆକ୍ଟ-୧୯୬୨ର ଧାରା ୨୯ (୨)କୁ ଉଲ୍ଲଂଘନ କରି ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଟିଏ, ଡିଏ ସ୍ଥିର କରିଛି, ଯାହା ବେଆଇନ। ନିର୍ବାଚିତ ନି‌ର୍ଦ୍ଦେଶକମାନଙ୍କୁ ନୂଆବର୍ଷରେ ଯେଉଁ ଉପହାର ଦିଆଯାଇଛି ତାହା ଅନାବଶ୍ୟକ ଖର୍ଚ୍ଚ ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ସାହିବ ମହାନ୍ତଙ୍କ ନିଯୁକ୍ତି ମଧ୍ୟ ଉଦ୍ଦେଶ୍ୟମୂଳକ ବୋଲି ଦର୍ଶାଯାଇଛି। କେସିସି ବ୍ୟାଙ୍କ ପକ୍ଷରୁ ଏକ ୧୮ଜଣିଆ ଟିମ୍‌ ‘ନାବାର୍ଡ’ ସହାୟତାରେ ରାଜସ୍ଥାନ ପରିଦର୍ଶନରେ ଯାଇଥିଲେ। ଏଥିରେ ବ୍ୟାଙ୍କ ସହ ଜଡ଼ିତ ନଥିବା ଦୁଇଜଣ ବ୍ୟକ୍ତି ଥିଲେ ବୋଲି ଜଣାପଡ଼ିଛି। ସେହିପରି ଏଜେଣ୍ଟ ନିଯୁକ୍ତି ନେଇ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ ବୋଲି ତଦନ୍ତକାରୀ ଟିମ୍‌ ରିପୋ‌ର୍ଟ ଦେଇଛି। ତଦନ୍ତକାରୀ ଦଳ ରିପୋର୍ଟ ଦାଖଲ କରିବା ପରେ ରେଜିଷ୍ଟ୍ରାର କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ୧୪ ତାରିଖ ସୁଦ୍ଧା ଉତ୍ତର ରଖିବା ସହ ଶୁଣାଣିରେ ଉପସ୍ଥିତ ରହି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ କେସିସି ବ୍ୟାଙ୍କ ସଭାପତି କାନନବିହାରୀ ପହିଙ୍କୁ ପଚାରିବାରୁ ସେ କହିଥିଲେ, ରେଜିଷ୍ଟ୍ରାରଙ୍କ ନୋଟିସ୍‌ ଆମେ ପାଇଛୁ। ବ୍ୟାଙ୍କର ସମସ୍ତ ନିଷ୍ପତ୍ତି ପରିଚାଳନା କମିଟି ନେଇଥାଏ। କମିଟି ତର୍ଜମା କରି ନୋଟିସ୍‌ର ଉତ୍ତର ରଖିବ। ଶୁଣାଣି ବେଳେ ମଧ୍ୟ ପରିଚାଳନା କମିଟି ପକ୍ଷରୁ 
ଉପସ୍ଥିତ ରହି ପକ୍ଷ ରଖାଯିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme