Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଠିକା ଶ୍ରମିକଙ୍କ ଆନ୍ଦୋଳନ

Posted on September 24, 2025

ଠିକା ସଂସ୍ଥା କେସିସିଏଲରେ ନିଯୁକ୍ତି ପ୍ରଦାନ ନେଇ ଠିକା ଶ୍ରମିକଙ୍କ ଆନ୍ଦୋଳନ । ପୁରୁଣା କର୍ମଚାରୀଙ୍କୁ ଅଗ୍ରାଧୀକାର ଭିତିରେ ନିଯୁକ୍ତି ପ୍ରଦାନ ନିମନ୍ତେ ଭୁବନେଶ୍ବରୀ କୋଇଲା ଖଣି ପରିସରରେ ଖଣି ବନ୍ଦ ଆନ୍ଦୋଳନ କରିଥିଲେ ଠିକା ଶ୍ରମିକ । ଯାହାକୁ ନେଇ ଖଣି ବନ୍ଦ ଆନ୍ଦୋଳନ ହୋଇଥିବା ବେଳେ ଖଣିରୁ କୋଇଲା ପରିବହନ କାର୍ଯ୍ୟ ବନ୍ଦ ରହିଥିଲା। ଏହି ବନ୍ଦ ଆନ୍ଦୋଳନ ସମୟରେ ୧୫ ଜଣ ଠିକା ଶ୍ରମିକଙ୍କୁ ଉଠାଇ ନେଲା ତାଳଚେର ପୋଲିସ । ତେବେ ଏଠି ନ୍ୟାୟ ମାଗିଲେ ପୁଲିସ୍‌ ପ୍ରଶାସନ ନାଲି ଆ‌ଖି ଦେଖାଇ ଜମିହରା ଲୋକଙ୍କୁ ନ୍ୟାୟ ନଦେଇ ଜେଲ ଦଣ୍ଡ ଦେଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ତାଳଚେର ଭୁବନେଶ୍ବରୀ କୋଇଲା ଖଣିରେ ପୂର୍ବରୁ କାର୍ଯ୍ୟରତ ଥିବା କିଛି ଠିକା କର୍ମଚାରୀ ସେମାନଙ୍କ ନିଯୁକ୍ତିକୁ ନେଇ ଖଣି ବନ୍ଦ ଆନ୍ଦୋଳନ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଭୁବନେଶ୍ବରୀ କୋଇଲା ଖଣିରେ ଠିକା ସଂସ୍ଥା ଆଦିତ୍ୟ ବିରଲା ମଧ୍ୟରେ ଥିବା ଜେସିପିଏଲ୍‌ କମ୍ପାନୀରେ କାର୍ଯ୍ୟରତ ଥିବା ସମସ୍ତ ଠିକା କର୍ମଚାରୀ ବର୍ତ୍ତମାନ ନୂତନ ଭାବେ ଆସିଥିବା କେସିସିଏଲ୍‌ ଠିକା ସଂସ୍ଥାରେ ନିଯୁକ୍ତି ନେଇ ବାରମ୍ବାର ପୁଲିସ ପ୍ରଶାସନ ସହିତ ତ୍ରିପାଖିକ ଆଲୋଚନା ହୋଇଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳି ପାରିନାହିଁ। ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ହୋଇଥିବା‌ ନିର୍ଦେଶାନାମାକୁ ଖୋଲା ଖୋଲି ଉଲଘ୍ନନ କରୁଛି ବର୍ତ୍ତମାନର ଠିକାସଂସ୍ଥା କେସିସିଏଲ୍‌ କମ୍ପାନୀ। ନିୟମ ମୁତାବକ, ଜେସିପିଏଲ୍‌ କମ୍ପାନୀର ‌ଟେଣ୍ଡର ଅବଧୀ ଶେଷ ହୋଇଥିବାରୁ ନୂତନ କମ୍ପାନୀ କେସିସିଏଲ୍‌ରେ ଉକ୍ତ ଠିକା ଶ୍ରମିକଙ୍କୁ ଅଗ୍ରାଧୀକାର ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ଟାଳଟୁଳ ନିତି ଅବଲମ୍ବନ କରୁଥିବା ଅଭିଯୋଗ ହେ‌ାଇଛି। ଦୀର୍ଘ ୯ ମାସ ଧରି ୧୭ ଜଣ ଠିକା ଶ୍ରମିକ ଉପଜିଳ୍ଲାପାଳଙ୍କ ଠାରୁ ଆରମ୍ଭ କରି ପୁଲିସ୍‌ ପ୍ରଶାସନ ଏବଂ ଠିକା ସଂସ୍ଥାକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶହେବା ପରେ ଅ ଖଣି ବନ୍ଦ ଆନ୍ଦୋଳନ କରିଥିଲେ। ‌

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme