
କେନିଆର ତଟବର୍ତ୍ତୀ ଅଞ୍ଚଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟି ଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକାରୀଙ୍କ କହିବା ଅନୁସାରେ, ବିମାନଟି ମାସାଇ ମାରା ରାଷ୍ଟ୍ରୀୟ ରିଜର୍ଭ ଦିଗକୁ ଯାଉଥିବା ବେଳେ ଉଡାଣ ପରେ କିଛି ମିନିଟ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଡାୟନୀ ବିମାନବନ୍ଦର ଠାରୁ ପ୍ରାୟ ୪୦ କିମି ଦୂରରେ ପାହାଡିଆ ଅଞ୍ଚଳରେ ବିମାନଟି ନିଆଁ ପିଣ୍ଡୁଳା ହୋଇଯାଇଥିଲା ।
ସ୍ଥାନୀୟ ଲୋକ ଏକ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିଥିବା କହିଛନ୍ତି । ଘଟଣା ସ୍ଥଳରୁ କେବଳ ଜଳିଯାଇଥିବା ଅଂଶବିଶେଷ ମିଳିଛି ।
କେନିଆ ଆଭିଏସନ ଅଥରିଟି ଦୁର୍ଘଟଣା ବିଷୟରେ ଯାଞ୍ଚ ଆରମ୍ଭ କରିଛି । ପ୍ରାରମ୍ଭିକ ଅନୁମାନ ଅନୁଯାୟୀ, ବିମାନର ଇଂଜିନ ତ୍ରୁଟି କିମ୍ବା ପାଇଲଟ ଭୁଲ୍ ଯୋଗୁଁ ଦୁର୍ଘଟଣା ହୋଇଥିବା ସମ୍ଭାବନା ।
