
ତାଳଚେର : ତାଳଚେର ବାଇପାସ ଛକ ନିକଟ ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ଵ କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ଆଜି ରେଙ୍ଗାଳି ଦକ୍ଷିଣପାର୍ଶ୍ଵ କେନାଲରେ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଭାସି ଯାଉଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳର ପହଞ୍ଚି ମୃତ ଦେହକୁ କେନାଲ ଭିତରୁ ଉଦ୍ଧାର କରି ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ସେ ନେଇ ତାଳଚେର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

