
କେନାଲରୁ ଉଦ୍ଧାର ହେଲା ହାତୀ ଶାବକ, ଢେଙ୍କାନାଳ ଜିଲ୍ଲାର ଆଠମଲ୍ଲିକ ରେଞ୍ଜରେ ଏକ ଛୁଆ ହାତୀ ମା’ ଛଡ଼ା ହୋଇ ଅସୁରକ୍ଷିତ ଅବସ୍ଥାରେ ମିଳିଥିବା କଥା ଜଣାପଡିଛି। ଡ଼ିଏଫଓଙ୍କ ସୂଚନା ଅନୁସାରେ, ତୁରନ୍ତ ପ୍ରାଣୀ ଉଦ୍ଧାର କରି ସୁରକ୍ଷିତ ଭାବେ ବନଖଣ୍ଡ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି।
ଏଠାରେ ହାତୀ ଶାବକଟିକୁ ସଠିକ ଖାଦ୍ୟ ଦିଆଯାଇଛି ଏବଂ ପ୍ରାଣୀ ଚିକିତ୍ସକ ଦଳଙ୍କ ନିରୀକ୍ଷଣରେ ଚିକିତ୍ସା ଆରମ୍ଭ ହୋଇଛି। ଡ଼ିଏଫଓ ଏହା ପ୍ରସଙ୍ଗରେ କହିଛନ୍ତି, “ଶାବକଟିର ସୁରକ୍ଷା ଆମ ପ୍ରାଥମିକତା । ସମୟରେ ଚିକିତ୍ସା ଓ ସଠିକ ଖାଦ୍ୟ ଦେଇ ଆମେ ଏହାକୁ ସୁସ୍ଥ କରିବାକୁ ପ୍ରୟାସ କରୁଛୁ।

