Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେତେ ସୁରକ୍ଷିତ ରାଜଧାନୀ ? ବିଭିନ୍ନ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରରେ ପଡ଼ିରହୁଛି ପୁରୁଣା କାର୍

Posted on November 17, 2025

ଦିଲ୍ଲୀରେ ଆତତାୟୀଙ୍କ କାରରୁ ବିସ୍ଫୋରଣ ପରେ ସାରା ଦେଶରେ ଏବେ ଭୟର ବାତାବରଣ ଖେଳିଯାଇଛି । ବିଭିନ୍ନ ରାଜ୍ୟର ଅନେକ ସମ୍ବେଦନଶୀଳ ପ୍ରତିଷ୍ଠାନକୁ ହାଇଆଲର୍ଟରେ ରଖାଯାଇଛି । ଏପରିସ୍ଥଳେ ଓଡ଼ିଶାର ରାଜଧାନୀ କେତେ ସୁରକ୍ଷିତ? ରାଜଧାନୀରେ ଦୀର୍ଘଦିନ ଧରି ରଖାଯାଇଥିବା ପୁରୁଣା କାରରେ କେହି ବିସ୍ଫୋରକ ସାମଗ୍ରୀ ରଖିଦେଲେ, କେତେବେଳେ ଯେ କ’ଣ ଅଘଟଣ ଘଟିବ, ଆକଳନ କରିହେବନି । ରାଜଧାନୀର ଅନେକ ଗଳିକନ୍ଦିରେ ଦୀର୍ଘଦିନ ଧରି ପଡ଼ିରହୁଛି କାର, ଟାଟାଏସି ଭଳି ୪ ଚକିଆ ଯାନ । କେଉଁଠି କାର ବନେଟ୍‌ରେ ମୋଟା ଅଳିଆ ଚଦର ବସିଲାଣି ତ କେଉଁଠି ଗାଡ଼ିର ସବୁ ପାର୍ଟସ୍‌ରେ କଳଙ୍କି ଲାଗିଗଲାଣି । ଏସବୁ ସନ୍ଦିଗ୍ଧ ଗାଡ଼ିର ମାଲିକ କିଏ? କିଏ କେତେବେଳେ ରଖିଲା ଆଉ କାହିଁକି? ପୁଲିସ ପାଖରେ ଏସବୁ ତଥ୍ୟ ନାହିଁ । କିନ୍ତୁ ଏସବୁ ପୁରୁଣା ଗାଡ଼ି ଏକପ୍ରକାରର ବିପଦ ପାଲଟିଲାଣି ।

ଏସବୁ ପୁରୁଣା ଗାଡ଼ି କେବଳ ରାଜଧାନୀର ଗଳିକନ୍ଦିରେ ନୁହେଁ, ବରଂ କିଛି ସମ୍ବେଦନଶୀଳ ପ୍ରତିଷ୍ଠାନ ଆଖପାଖରେ ମଧ୍ୟ ରଖାଯାଇଛି । ଖୋଦ୍ କମିଶନରେଟ ପୁଲିସ ପଛପାର୍ଶ୍ବ  ରାସ୍ତାରେ ଦୀର୍ଘଦିନ ଧରି ଏକ ପୁରୁଣା କାର ପଡ଼ି ରହିଥିଲା । ଅବଶ୍ୟ, ମହିଳା କନଷ୍ଟେବଳଙ୍କ ମୃତ୍ୟୁ ପରେ ହଠାତ୍ ରାତାରାତି କାରକୁ ହଟାଇ ଦିଆଗଲା । କିନ୍ତୁ ନ’ ତାଲା ଅଫିସ ଗଳି ଓ ରାଜୀବ ଭବନ ଗଳିରେ ଦୀର୍ଘଦିନ ଧରି ରଖାଯାଇଥିବା ଏକାଧିକ ପରିତ୍ୟକ୍ତ କାର ସନ୍ଦେହ ବଢ଼ାଉଛି । ରାଜୀବ ଭବନ ଗଳିରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଓ ଇଓଡବ୍ଲୁ ଅଫିସ, ସାଇବର କମ୍ପେ୍ଲସ ସହ ଏସ୍ଆଇଡବ୍ଲୁ, ସିକ୍ୟୁରିଟି ୱିଙ୍ଗ, ରାଜ୍ୟ ସଶସ୍ତ୍ର ପୁଲିସ ମୁଖ୍ୟାଳୟ, ପୁଲିସର କମାଣ୍ଡ ସେଣ୍ଟର ଆଣ୍ଡ କଣ୍ଟ୍ରୋଲ ରୁମ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି ।

ସାଧାରଣତଃ ବିମାନବନ୍ଦରରେ ଆତତାୟୀଙ୍କ ଆକ୍ରମଣର ଅଧିକ ଆଶଙ୍କା ଥାଏ । କିନ୍ତୁ ଭୁବନେଶ୍ୱର ବିମାନବନ୍ଦରରେ ଥିବା ସ୍ଥାୟୀ ପାର୍କିଂରେ ୫/୬ଟି କାର ମାସରୁ ଅଧିକ ସମୟ ଧରି ରଖାଯାଇଛି । କାର ମାଲିକ ସେଠାରେ ଗାଡ଼ି ରଖି ଦେଇ କେଉଁଆଡ଼େ ପଳାଇଛନ୍ତି । ଏହାଛଡ଼ା ବିମାନବନ୍ଦର ଟର୍ମିନାଲ-୨ର ବାମପାଶ୍ୱର୍ରେ ଥିବା ଅସ୍ଥାୟୀ ପାର୍କିଂରେ ପରିତ୍ୟକ୍ତ ଅବସ୍ଥାରେ ଏକ ଟ୍ରାଭେଲର ଥୁଆଯାଇଛି । ଉକ୍ତ ଜାଗାଟି ନିଛାଟିଆ ହୋଇଥିବାରୁ ସନ୍ଧ୍ୟା ହେଲେ, ଅନେକ ନିଶାଡ଼ି ସେଠାରେ ଆଡ୍ଡା ଜମାଉଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme