
ରମ୍ଭା ଥାନା ହୁମା ପୁରୁଷୋତ୍ତମପୁର ରାସ୍ତା ବି. କାଇଞ୍ଚପୁର ଗାଁ ନିକଟରେ କାର ଓ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି l ମୃତ କଲେଜ ଛାତ୍ର ଜଣକ ହେଲେ ଜି. ଶୁଭମ ରେଡି । ସେ ଖଣ୍ଡଦେଉଳି କଲେଜରେ ଯୁକ୍ତ -୨ ଛାତ୍ର ବୋଲି ଜଣାପଡିଛି l ତାଙ୍କ ଘର ପୁରୁଷୋତ୍ତମପୁର ଥାନା ସି ଏଚ ନୂଆଗାଁରେ।
୪ଜଣ ଛାତ୍ର ୨ଟି ବାଇକରେ ପୁରୁଷୋତ୍ତମପୁର ପଟୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର ସହ ମୁହାଁ ମୁଁହି ଧକ୍କା ହୋଇଥିଲା l ଘଟଣାସ୍ଥଳରେ ଜି. ଶୁଭମ ରେଡ୍ଡିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
