କାର୍ତ୍ତିକେଶ୍ଵର ଭସାଣି ବେଳେ ଗଣ୍ଡଗୋଳ ୧୦ ଗୁରୁତର ।
ଅନୁଗୋଳ ସଦର ଥାନା କରଡ଼ାଗାଡ଼ିଆ ଗ୍ରାମର ଗୋଟେ ପରିବାର କୁ ଆକ୍ରମଣ ହେବା ଫଳରେ ,୧୦ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ସୂଚନା ଅନୁସାରେ , ରାତି ସମୟରେ କରଡ଼ାଗାଡ଼ିଆ ଗ୍ରାମରେ ସାଆନ୍ତ ସାହି ପକ୍ଷରୁ କାର୍ତ୍ତିକେଶ୍ଵର ପୂଜା ଭସାଣି ହେଉଥିଲା। ସେହି ସମୟରେ ବିଶ୍ୱଜିତ୍ ଦେହୁରୀ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରି ଥିଲେ। ସେହି ସମୟରେ ଭସାଣି କରୁଥିବା କିଛି ଯୁବକ ବିଶ୍ୱଜିତ୍ ଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରି ପଳାଇ ଯାଇଥିଲେ। ବିଶ୍ୱଜିତ୍ ଙ୍କ ପରିବାର ଲୋକ କଣ ହେଲା ବୋଲି ବାହାରକୁ ଆସିବାରୁ ପୁଣି ଆଉ କିଛି ଯୁବକ ଆସି ମାରଣାସ୍ତ୍ର ରେ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ପଳାଇ ଯାଇଥିଲେ। ଏହି ଆକ୍ରମଣରେ ଗୋଟିଏ ପରିବାର ୧୦ ଜଣ ଗୁରୁତର ହୋଇଥିଲେ। ଖବର୍ ପାଇଁ ସଦର ପୋଲିସ ପହଁଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଗୁରୁତର ମାନଙ୍କ ମୁଣ୍ଡ, ହାତ, ପେଟ, ପିଠି ରେ ଗଭୀର ଆଘାତ ଲାଗିଛି। ଏ ପଟେ ଘଟଣା ସ୍ଥଳ କୁ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

