
ନୂଆଦିଲ୍ଲୀରେ ଘଟିଥିବା ଯାନ୍ତ୍ରିକ ସମସ୍ୟା ପରେ ବର୍ତ୍ତମାନ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଡାଣ ପ୍ରଭାବିତ ହୋଇଛି। ରନୱେ ଲାଇଟରେ ସମସ୍ୟାରୁ ସବୁ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଛି। ବର୍ତ୍ତମାନ ୫ଟି ବିମାନ ହୋଲ୍ଡରେ ରହିଛି। ଏୟାରପୋର୍ଟର ଟେକ୍ନିକାଲ ଟିମ୍ ସମସ୍ୟା ନିରାକରଣ ପାଇଁ କାମ କରୁଛି।
ଶୁକ୍ରବାର ରାତିରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଟେକ୍ନିକାଲ ସମସ୍ୟା ହେବାରୁ ଦେଶୀୟ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା।

