
ଦେଶର କୋଟି କୋଟି କର୍ମଚାରୀ ଓ ଶ୍ରମଜୀବିଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ସୁଭ ସନ୍ଦେଶ ଘୋଷଣା କରିଛନ୍ତି । ଶ୍ରମମନ୍ତ୍ରୀ ଆଜି ଶ୍ରମ ଆଇନରେ ମେଜର ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ନୂତନ ବ୍ୟବସ୍ଥାରେ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷାର ଦାୟିତ୍ୱ ବଢ଼ିବା ସହିତ ଅନେକ ସୁବିଧା ମିଳିବ ।
ସରକାର ପୁରୁଣା ୨୯ଟି ଶ୍ରମ ନିୟମ ବିଲୁପ୍ତ କରି, ସେଥିରେ ପରିବର୍ତ୍ତନ କରାଯାଇଥିବା ନୂତନ ଆଇନକୁ ଶିଘ୍ର କାର୍ଯ୍ୟକାରୀ କରିବ । ଏହା ଦେଶର ଲକ୍ଷ୍ୟାଧିକ କର୍ମଚାରୀ ଏବଂ ଶ୍ରମଜୀବୀଙ୍କ ମନରେ ଖୁସି ଆଣିଛି ।
ନୂତନ ଆଇନ ଅନୁସାରେ, ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା, ସୁନିଶ୍ଚିତ ରୋଜଗାର ସୁବିଧା, ସୁରକ୍ଷିତ କାର୍ଯ୍ୟ ପରିବେଶ ଓ ବିଭିନ୍ନ ସୁବିଧା ମିଳିବା ନିଶ୍ଚିତ ହେବ । ଏହି ପରିବର୍ତ୍ତନ ଲକ୍ଷ୍ୟାଧିକ ପରିବାରଙ୍କ ଆର୍ଥିକ ସ୍ଥିରତାକୁ ମଜବୁତ କରିବ ବୋଲି ଅଭିଜ୍ଞମାନେ କହିଛନ୍ତି ।v

