
କାର୍ଯ୍ୟରେ ଅବହେଳା ପାଇଁ ବୁଧବାର ଜଣେ ଏଏସ୍ଆଇ, ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଏଏସ୍ଆଇ ହେଲେ ନୀଳକଣ୍ଠ ପୃଷ୍ଟି ଏବଂ ୨ କନଷ୍ଟେବଳ ହେଲେ ପରୀକ୍ଷିତ ନାୟକ, ନରସିଂହ ମହପାତ୍ର । ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିୱାକର ସେମାନଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ୩ ଜଣ ବଳରାମଗଡ଼ି ସାମୁଦ୍ରୀକ ଥାନାରେ କାର୍ଯ୍ୟରତ ଥିଲେ । ସେମାନଙ୍କ ନାମରେ ପୂର୍ବରୁ କାର୍ଯ୍ୟରେ ଅବହେଳା ଅଭିଯୋଗ ଆସିଥିଲା । ଏହାର ତଦନ୍ତ କରି ଏସ୍ପି ଦିୱାକର ଏହି ନିଷ୍ପତ୍ତି ନେଇଛନ୍ତି ।
