Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Posted on December 1, 2025

ଆଗାମୀ ୪ ଦିନ ଯାଏ ଥଣ୍ଡାର ପ୍ରକୋପ କମିଯିବ । କିଛି ସ୍ଥାନରେ ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ ଉଭାନ ହୋଇପାରେ । ମଙ୍ଗଳବାର ଓ ବୁଧବାର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଉପରେ ରହିବ । ଅଧିକ ଶୀତ ଅନୁଭୂତ ହେଉଥିବା କୋରାପୁଟ, ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ବି ଥଣ୍ଡା ପ୍ରକୋପ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଶନିବାର ରାତିରେ ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା । କୌଣସି ଗୋଟିଏ ବି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିନଥିଲା । ଦାରିଙ୍ଗବାଡ଼ି ଓ ଜି ଉଦୟଗିରିରେ ୧୦ଡିଗ୍ରୀ, ରାଉରକେଲାରେ ୧୦.୬, ଝାରସୁଗୁଡ଼ାରେ ୧୧.୩, ଫୁଲବାଣୀରେ ୧୨, କୋରାପୁଟରେ ୧୨.୫, କେନ୍ଦୁଝରରେ ୧୨.୬ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୧୮.୧ ଡିଗ୍ରୀ ଓ କଟକରେ ୧୬.୨ ଡିଗ୍ରୀ ଥିଲା । ସୋମବାର ରାତିରେ ଝାରସୁଗୁଡ଼ା, ରାଉରକେଲାରେ ୧୨ ଡିଗ୍ରୀ ଓ ଫୁଲବାଣୀ, କୋରାପୁଟରେ ୧୩ ଡିଗ୍ରୀ ରହିପାରେ । ସୁନ୍ଦରଗଡ଼, ନବରଙ୍ଗପୁର ଓ କେନ୍ଦୁଝରରେ ୧୪ଡିଗ୍ରୀ ହେବାର ସମ୍ଭାବନା ରହିଛି । ଅନ୍ୟ ସବୁ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

​​​​​​​ବଲାଙ୍ଗିରରେ ସ୍ୱାଭାବିକଠାରୁ ପ୍ରାୟ ୨.୯ ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ ହୋଇଛି । ଟିଟିଲାଗଡ଼ରେ ୨.୪, ଭବାନୀପାଟଣାରେ ସ୍ୱାଭାବିକଠାରୁ ୨.୨ ଡିଗ୍ରୀ, ଗୋପାଳପୁରରେ ୧.୮, ଫୁଲବାଣୀ ଓ ଚାନ୍ଦବାଲିରେ ୧.୩, ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୧.୨ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୩ ଡିଗ୍ରୀ କମ୍ ରେକର୍ଡ ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ତାମିଲନାଡୁ, ପଣ୍ଡିଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଟୱା’ ଆଜି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme