Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କପିଲାଭଟା ରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ

Posted on October 23, 2025

ଭାଲୁମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟା ର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ମନମଥ ହଂସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ, ମୁଖ୍ୟବକ୍ତା ଭାବେ ଟିଟିଲାଗଡ଼ ଡିଏଭି କଲେଜ ର ଅଧ୍ୟାପକ ଭବାନୀଶଙ୍କର ଭୋଇ,ସମ୍ମାନୀୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା କୃଷକ ସାଥି ସଂଘ ର ସଭାପତି ସୌଦାଗର ସାହୁ, ସମାଜସେବୀ ପରମେଶ୍ୱର ମହାନନ୍ଦ, ମାଁ ସାହାଜି ଯୁବକ ସଂଘ ର ସଭାପତି ଜିତାମିତ୍ର ବିଶି, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ,ମାଁ ସାହାଜି ଯୁବକ ସଂଘ ର ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରୀଆ,ଆୟୋଜକ କମିଟି ର ସମ୍ପାଦକ ବିଷ୍ଣୁପ୍ରସାଦ ଗହିର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳ ର କଳା,ସଂସ୍କୃତି,ଐତିହ୍ୟ, ପରମ୍ପରା କୁ ଉଜ୍ଜୀବିତ କରିବା ସହ ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ଦେବା ର ଏକ ମଞ୍ଚ ପାଲଟିଛି ଗିରିଗୋବର୍ଦ୍ଧନ ମହୋତ୍ସବ ମଞ୍ଚ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଆବାହକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।ଓଡିଶା ସରକାର ଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯାଜପୁର ର ଗୁରୁ ସନ୍ତୋଷ କୁମାର ସ୍ୱାଇଁ ଓ ସାଥି ଙ୍କ ଦ୍ଵାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହୋଇଥିଲା । ସେହିପରି କେନ୍ଦ୍ରାପଡା ର ଉଷାରାଣୀ ଗୀତିନାଟ୍ୟ ପରିଷଦ ଏବଂ ସଂଗୀତ ସଦନ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ। ଆସନ୍ତା ୨୩ ତାରିଖ ଦିନ ଉଦଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme